ବ୍ରହ୍ମପୁର ସମବାୟ ସମ୍ପାଦକ ବହିସ୍କୃତ

ବ୍ରହ୍ମପୁର,(ରାଜେଶ କୁମାର ପଟନାୟକ):ବ୍ରହ୍ମପୁର ସମବାୟ ପାଇକରି ଭଣ୍ଡାର ସମ୍ପାଦକ ଶଙ୍କର ପ୍ରସାଦ ଦାସଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ପୂର୍ବତନ ସମ୍ପାଦକ ଦେବେନ୍ଦ୍ର ଦାସ କାର୍ଯ୍ୟରୁ ଅବସର ନେବାପରେ ବେଆଇନ ଭାବରେ ନିଜ ପୁଅ ଶଙ୍କର ପ୍ରସାଦ ଦାସଙ୍କୁ ଉକ୍ତ ସଂସ୍ଥାର ସମ୍ପାଦକ କାର୍ଯ୍ୟଭାର ପ୍ରଦାନ କରିଥିଲେ । ସମ୍ପାଦକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ବ୍ରହ୍ମପୁର ସମବାୟ ସମିତି ସମୂହ ଉପ-ନିବନ୍ଧକ ବିଶ୍ୱ ରଞ୍ଜନ ଦାସଙ୍କ ନିକଟରେ ଖବର ପହଞ୍ଚିବା ପରେ ଘଟଣାର ତଦନ୍ତ ନିଜେ ଶ୍ରୀ ବିଶ୍ୱ ରଞ୍ଜନ ଦାସ କରିଥିଲେ ଏବଂ ଉପ-ନିବନ୍ଧକ ତଦନ୍ତ କରି ଜାଣିବାକୁ ପାଇଥିଲେ ନିଯୁକ୍ତିରେ ଅନିୟମିତତା ହୋଇଅଛି । କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ହାତବାରିସୀ କରି ପୂର୍ବତନ ସମ୍ପାଦକ ଜାଲିଆତି କରି ନିଜ ପୁଅକୁ ବେଆଇନ ଭାବରେ ଉକ୍ତ ସଂସ୍ଥାର ଦାୟିତ୍ୱ ଦେଇଥିବା ନେଇ ପ୍ରମାଣ ମିଳିବା ପରେ ସମ୍ପାଦକଙ୍କୁ ବହିଷ୍କାର କରିବା ପାଇଁ ଉପ-ନିବନ୍ଧକ ନିର୍ଦ୍ଦେଶ କରିଥିଲେ ଯାହାଫଳରେ ପାଇକରି ଭଣ୍ଡାର ଦାୟିତ୍ୱରେ ଥିବା ସହ ସହକାରୀ ସହ ନିବନ୍ଧକ ପ୍ରମୋଦ କୁମାର ପଣ୍ଡା ପାଇକରି ଭଣ୍ଡାର ଚିଠି ସଂଖ୍ୟା ୨୯/୨୦୨୦ରେ ସମ୍ପାଦକଙ୍କୁ ବହିଷ୍କୃତ କରିଛନ୍ତି ।ପୂର୍ବରୁ ଏହି କାର‌୍ୟ୍ୟାଳୟର ହୋଇଥିବା ଦୁର୍ନୀତି ଓ ଅନିୟମିତତା ବାବଦରେ ତତ୍କାଳୀନ ଗଞ୍ଜାମ ଜିଲ୍ଲା ସମବାୟ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ ସେତେବେଳର ସମବାୟ ମନ୍ତ୍ରୀ ସୂର‌୍ୟ୍ୟ ନାରାୟଣ ପାତ୍ର ଓ ସମବାୟ ସମୂହ ନିବନ୍ଧକ ଭୁବନେଶ୍ୱରଙ୍କ ଠାରେ ଅଭିଯୋଗ କରିଥିଲେ ଏବଂ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନିର୍ଦ୍ଧେଶକ ସ୍ୱତନ୍ତ୍ର ଅଡିଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପାଇକରି ଭଣ୍ଡାରର ଆଦାୟ ହେଉଥିବା ଅର୍ଥ କଲ୍ୟାଣ ମଣ୍ଡପ ଦୋକାନ ଗୃହ ଏବଂ ବିଭିନ୍ନ ଭଣ୍ଡାରର ଅର୍ଥକୁ ଆତ୍ମସାତ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା ।ଏହି ପରିପେକ୍ଷିରେ ସମ୍ପାଦକଙ୍କୁ ବହିସ୍କୃତ କରିବା ଅନିୟମିତତାର ଜ୍ୱଳନ୍ତ ଉଦାହରଣ ।ଏହାର ଏକ ସ୍ୱତନ୍ତ୍ର ଅଡିଟ କଲେ ପ୍ରକୃତ ଅର୍ଥ ହେରଫେରର ଗୁମର ଖୋଲିବ । ପରବର୍ତ୍ତୀ ସମୟରେ ସହକାରୀ ଉପ-ନିବନ୍ଧକ ଶିବ ଶଙ୍କର ସ୍ୱାଇଁଙ୍କୁ ଉକ୍ତ କାର୍ଯ୍ୟାଳୟର ସଭାପତି ଦାୟିତ୍ୱ ଦିଆଯାଇଥିବାବେଳେ ସହ ସହକାରୀ ସହ ନିବନ୍ଧକ ପ୍ରମୋଦ କୁମାର ପଣ୍ଡାଙ୍କୁ କାର୍ଯ୍ୟାଳୟର ସମ୍ପାଦକ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି । ସରକାର ଯେଉଁ ଉଦ୍ଦେଶ୍ୟ ପାଇକରି ଭଣ୍ଡାର ଗଠନ କରିଥିଲେ ତାହା ଲୋକଙ୍କ ସେବାରେ ଆସୁନଥିଲା ବର୍ତ୍ତମାନ ପ୍ରଶାସନର ଏହି ପଦକ୍ଷେପ ପରେ କାର‌୍ୟ୍ୟାଳୟ ପ୍ରକୃତ ଲୋକଙ୍କ ସେବାରେ ଆସିବ ବୋଲି ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଛନ୍ତି । ଉକ୍ତ କାର୍ଯ୍ୟାଳୟ ଗରିବ ନିଷ୍ପେସିତଙ୍କୁ ନିତ୍ୟ ବ୍ୟବହାର‌୍ୟ୍ୟ ସାମଗ୍ରୀ କମ ମୂଲ୍ୟରେ ପ୍ରଦାନ କରିବା ପାଇଁ ଉଦ୍ଧିଷ୍ଟ ଥିବାବେଳେ କିଛି କୁଜିନେତାଙ୍କ କବ୍ଜା ମଧ୍ୟରେ ରହି ଏହା ବାଟମାରଣାର ପେଣ୍ଠସ୍ଥଳୀ ପାଲଟିଥିଲା । ବର୍ତ୍ତମାନ ସରକାର କର୍ମଚାରୀ କାର‌୍ୟ୍ୟଭାର ଗ୍ରହଣ କରିବା ପରେ ଯେଉଁ ମହତ ଉଦେଶ୍ୟ ରଖି ସରକାର ଏହାକୁ ଗଢି ତୋଳିଛନ୍ତି ଲୋକଙ୍କ ପାଖରେ ପ୍ରକୃତ ସୁବିଧା ସୁଯୋଗ ପହଞ୍ଚିବ ଏବଂ ଅନ୍ୟପକ୍ଷରେ ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା ମିଳିଥିବା ଦେଖିବାକୁ ମିଳିଛି ଏବଂ ପ୍ରଶାସନିକ ପଦକ୍ଷେପକୁ ଓଡିଶା ରାଜ୍ୟ ସମବାୟ ସଙ୍ଘ ନିର୍ଦ୍ଦେଶକ ସନାତନ ସଂଗ୍ରାମ ସିଂ ସ୍ୱାଗତ କରିବା ସହ ତଦନ୍ତ କରି ଘୋଟଲାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆଣିବା ପାଇଁ ଦାବି କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ