ବ୍ଳକ ସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢା ହାଇସ୍କୁଲରେ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁମେଳା ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏକକ ଅଭିନୟ, ତର୍କ, କଣ୍ଠ ସଙ୍ଗୀତ,କୁଇଜ, ଚିତ୍ରାଙ୍କନ, ଏକକ ନୃତ୍ୟ, ଆବୃତ୍ତି, ଗଳ୍ପ ଲିଖନ, କବିତା ରଚନା ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଓଷ୍ଟା ହାଟଡିହି ବ୍ଲକ ସଭାପତି ପୁର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଓଷ୍ଟାର ପୁର୍ବତନ ଇବି ମ୍ବେର ଗୋପୀନାଥ ଆୟଚ ମୁଖ୍ୟ ଅତିଥି, ସଢ଼ା ସରପଞ୍ଚ ଜୟନ୍ତୀ ସାମଲ, ପୁର୍ବତନ ପ୍ରଧାନ ଶିକ୍ଷକ ପିତାମ୍ବର ପାତ୍ର, ମୁଗୁପୁର ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ସନାତନ ଓଝା, ଚୁକ୍ତି ଭିତିକ ଶିକ୍ଷକ ସଂଘର ସଭାପତି ଦୁର୍ଯ୍ୟୋଧନ ଜେନା, ଶରଦେଇ ଗାର୍ଲସ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସତ୍ୟଭାମା ଦେଓ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁ୍ଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତା ମନୋଭାବ ନେଇ ବିଦ୍ୟାଳୟରେ ଶିକ୍ଷାଲାଭ କରିବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ କ୍ରୀଡା ପ୍ରତି ଆଗ୍ରହ ଦେଖାଇବାକୁ ସେ ଆହ୍ୱାନ ଦେଇଥିଲେ । ଓଷ୍ଟାର କେନ୍ଦୁଝର ଜିଲ୍ଲା ସଭାପତି ଶାନ୍ତନୁ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଷ୍ଟାର ପୁର୍ବତନ ଜିଲ୍ଲା ସମ୍ପାଦକ ଚିନ୍ତାମଣୀ ଜେନା, ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଜିଲ୍ଲା ସମ୍ପାଦକ କ୍ଷୀରୋଦ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ଗୌରଭ ସାଇନ୍ସ ଏଣ୍ଡ କମର୍ସ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଖଣ୍ଡାୟୀ, କେନ୍ଦୁଝର ଇ.ସି. ମେମ୍ବର କାହ୍ନୁ ଚରଣ ସାମଲ, ଜିଲ୍ଲା ସହ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ଦେଓ, ଇସି ମ୍ବେର ରଞ୍ଜନ କୁମାର ଘଡେଇ, ଅନିରୁଦ୍ଧ ସେଠୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେବାସହ କୃତ୍ତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷକ ନବଘନ ନାୟକ ଧନ୍ୟବଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଷ୍ଟାର ବ୍ଲକ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ ସଂଯୋଜନା କରିଥିବାବେଳେ ଶିକ୍ଷକ ବିଜୟ କୁମାର ସେଣ୍ଢ, ଶିଶିର କୁମାର ବିଶ୍ୱାଳ, ପ୍ରଭାକର ବେହେରା, ନବ କୁମାର ଲେଙ୍କା, ପ୍ରଦୀପ କୁମାର ବିଶ୍ୱାଳ, ସୁଧାଶୁଂ ଶେଖର ବିଶ୍ୱାଳ, ହଳଧର ପଣ୍ଡା, ସୁରେନ୍ଦ୍ର କୁମାର ଜେନା, ଶରତ କୁମାର ଶାସିନି, ପୁରୁଷୋ୍କ୍ମ ସାହୁ, ଳକ୍ଷ୍ମୀଧର ଜେନା, ମହେନ୍ଦ୍ର କୁମାର ଜେନା, ପ୍ରଶାନ୍ତ କୁମାର ବେହେରା, ଜ୍ୟୋତ୍ସ୍ନାରାଣୀ ଭଞ୍ଜ, ପ୍ରୟାସ ପ୍ରଧାନ, ଶାନ୍ତି ସୁଚରିତା ବେହେରା, ନୟନବାଳା ନାୟକ, ହରିହର ପଣ୍ଡା, ସୁଷମା ମିଶ୍ର, ଆରତୀ ବେହେରା, ନିବେଦିତା ଚନ୍ଦ୍ରକଳା ଦେବୀ, ନିଳାଦ୍ରୀ କୁମାର ରାଉତ, ଚୈତନ ଚରଣ ରଣା, ଭାଗିରଥି ସେଠୀ ପ୍ରମୁଖ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ । ଏହି କ୍ରୀଡା ପ୍ରତିଯୋଗୀତାର ତର୍କରେ ଶାସଙ୍ଗ ହାଇସ୍କୁଲର ଜ୍ୟୋତିର୍ମୟୀ ବେହେରା, କଣ୍ଠ ସଂଗୀତରେ ମରୈଗାଁ ହାଇସ୍କୁଲର ପୁଷ୍ପଲତା ସେଠୀ, ଚିତ୍ରାଙ୍କନରେ ବାଲିବରେଇ ହାଇସ୍କୁଲର ସହଦେବ ସିଂ, କବିତା ଆବୃତ୍ତିରେ ଜମ୍ଭିରା ହାଇସ୍କୁଲର ସ୍ମୃତିରେଖା ମହାରଣା, ଗଳ୍ପ ଲିଖନରେ ଗଡଚଣ୍ଡୀ ହାଇସ୍କୁଲର ସନ୍ଦିପ୍ତ ପରିଡା, କବିତା ରଚନାରେ ନନ୍ଦିପଦା ହାଇସ୍କୁଲର ରଜତ କୁମାର ଦାସ, ଏକକ ଅଭିନୟରେ ମୁଗୁପୁର ହାଇସ୍କୁଲର ଇନ୍ଦ୍ରଜିତ ନାୟକ, ଏକକ ନୃତ୍ୟରେ ଆଶାଦେବୀ ହାଇସ୍କୁଲର ଅନୁସୟା ଜେନା, ସାଧାରଣ ଜ୍ଞାନରେ ଓରାଳି ହାଇସ୍କୁଲର ବିଭୁ ପ୍ରସାଦ ପୁହାଣ, କୁଇଜରେ ଆମ୍ବୋ ହାଇସ୍କୁଲର ସନ୍ତୋଷ କୁମାର ଜେନା ପ୍ରମୁଖ ପ୍ରଥମସ୍ଥାନ ହାସଲ କରିଥିଲେ ।


