ଟାଟା ଷ୍ଟିଲ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର
କୋଦଳା,(ଯୁଗାବ୍ଦ ନ୍ୟୁଜ୍) : ଟାଟା ଷ୍ଟିଲ ପକ୍ଷରୁ ଶୁକ୍ରବାର ଦିନ ବେଗୁନିଆପଡ଼ା ବ୍ଳକର ଜନତା ନୋଡ଼ାଲ ହାଇ ସ୍କୁଲ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା।ଏଥିରେ ମୁଖ୍ୟ ଅତିଥିରୁପେ କବିସୂର୍ୟ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଉଦଘାଟନ କରିବା ସହ ରୋଗୀମାନଙ୍କୁ ବିଭିନ୍ନ ରୋଗ ଓ ଶିବିରରେ ସହଯୋଗ ବିଷୟରେ ପଚାରି ବୁଝିଥିଲେ।ଏହି ଶିବିରରେ ବିଭିନ୍ନ ବିଭାଗର ମୋଟ ୭୦୧ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା।ଏଥିରେ କାର୍ଡିଓଲୋଜିଷ୍ଟ ଡକ୍ଟର ପ୍ରସାଦ, ପେଡ଼ିଆତ୍ରିକ ଡାକ୍ତର କେଦାର ନାଥ ମିଶ୍ର, ଗାଇନୋଲୋଜିଷ୍ଟ ଡକ୍ଟର ସୁରେନ୍ଦ୍ର ନାଥ ପଣ୍ଡା,ମେଡ଼ିସିନ ଡକ୍ଟର ମଧୁସୂଦନ ପଣ୍ଡା, ଦାନ୍ତ ଡକ୍ଟର ମଧୁସ୍ମିତା ପଟ୍ଟନାୟକ, ଫିଜିସିଆନ ଡକ୍ଟର ପୂର୍ବକାନ୍ତ ଆଚାର୍ୟ୍ୟ ରୋଗ ମାନଙ୍କୁ ଚିକିତ୍ସା କରିଥିଲେ । ବ୍ଲକ ବି ଜେ ଡି ସଭାପତି ବିଜୟ କୁମାର ଦୋରା, ଜିଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ତ୍ରିନାଥ ଭୂୟାଁ, ସରପଞ୍ଚ ସମିତି ସଭ୍ୟ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଟାଟା ଷ୍ଟିଲ କର୍ମଚାରୀ ସହଯୋଗ କରିଥିଲେ ।ଏଥି ସହିତ କେ. ବରିଡ଼ା ପଞ୍ଚାୟତର ବିରିବାଟିଆ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ନୂତନ ଗୃହକୁ ଉଦଘାଟନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ (ରାମସା) ପକ୍ଷରୁ ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୃହ ନିର୍ମାଣ ହୋଇଥିଲା। ଏଥିରେ ଜୀଲା ପରିଷଦ ସଦସ୍ୟା ଗୀତାଞ୍ଜଳି ଭୂୟାଁ, ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରଧାନ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।


