ବ୍ୟାଙ୍କ ଆଗରେ ଜନଗହଳି : କୋରନା ନିୟମକୁ ଫୁ

ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା):   ଗଞ୍ଜାମ ଜିଲ୍ଲାରେ କୋରନା ସଂକ୍ରମିତଙ୍କ ସଂଖ୍ୟା 1000 ଟପି ଥିବାବେଳେ , ଜିଲ୍ଲାରେ ବିଭିନ୍ନ ସରକାରୀ କର୍ମଚାରି ମାନେ ମଧ୍ୟ କୋରନାରେ ଅଂକ୍ରାନ୍ତ ହୋଇଥିବା ଯୋଗୁଁ  ସରକାରୀ କାର୍ଯ୍ୟାଳୟ ଗୁଡିକୁ ସର୍ବସାଧାରଣ ପାଇଁ ଯିବା ବନ୍ଦ କରି ଦିଆଯାଇଛି। ଜିଲ୍ଲାରେ ଦିନ 12 ଟା ଠାରୁ ସକାଳ  7 ପର୍ଯ୍ୟନ୍ତ ,19ଘଣ୍ଟା ର ଲାକଡ଼ଉନ ଭି କରାଯାଇଛି। ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ  ପ୍ରଶାସନ ସମସ୍ତଙ୍କୁ ଜରୁରୀ କାର୍ଯ୍ୟରେ ହିଁ ପଦାକୁ ବାହାରିବା ସହ ମାସ୍କ ଲଗାଇବା ଓ ସାମାଜିକ ଦୂରତା ରଖିବା ପାଇଁ ନିର୍ଦ୍ଧେଶ କରିଛନ୍ତି। କିନ୍ତୁ ଜଗନ୍ନାଥ ପ୍ରସାଦ  ମୁଖ୍ୟ ରାସ୍ତା କଡରେ ଥିବା ଇଣ୍ଡିଆନ ବ୍ୟାଙ୍କ ଓ ଷ୍ଟେଟବ୍ୟାଙ୍କ ଶାଖା ଦୁଇଟିରେ ଗ୍ରାହକ ମାନେ ଜନଗହଳି କରିବା ସହ,ସାମାଜିକ ଦୂରତା ନ ରଖିବା, ମାସ୍କ ଭି ନ ପିନ୍ଧିବା ନଜରକୁ ଆସୁଛି,ବ୍ୟାଙ୍କ କତ୍ତୃପକ୍ଷ ଏଥି ପ୍ରତି ସଜାଗ ନ ହେବା ଅର୍ଥାତ କୋରନା ନିୟମ କୁ ପରୋକ୍ଷ ଭାବେ ଉଲଘଂନ କରୁଛନ୍ତି। ପ୍ରବଳ ଗରମ ହେଉଥିଲେ ମଧ୍ୟ  ଗ୍ରାହକ ମନେ ବ୍ୟାଙ୍କ ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି, ବ୍ୟାଙ୍କ ତରଫରୁ ଗ୍ରାହକ ମାନଙ୍କ ପାଇଁ କିଛି ପ୍ରତିକାର ବ୍ୟବସ୍ଥା କରା ଯାଇନାହିଁ।ତେଣୁ ଗ୍ରାହକ ମାନେ ସାମାଜିକ ଦୂରତା ନ ରଖି ଲାଗି ଲାଗି ଅପେକ୍ଷା କରୁଛନ୍ତି। ଫଳରେ କୋରନା ଗୋଷ୍ଠି ସଂକ୍ରମଣ ହେବା ସମ୍ଭାବନା ସୃଷ୍ଟି ହେଉଛି। ଯଦି ଜଗନ୍ନାଥ ପ୍ରସାଦ ଅଂଚଳରେ କୋରନା ଗୋଷ୍ଠୀ ସଂକ୍ରମଣ ହୁଏ ତାହା ହେଲେ ଇଣ୍ଡିଆନ ବ୍ୟାଙ୍କ ଓ ଷ୍ଟେଟବ୍ୟାଙ୍କ ଶାଖା  କର୍ତ୍ତୃପକ୍ଷ ଦାଇ ରହିବେ ବୋଲି ସାଧାରଣରେ ଅଭିଯୋଗ ହେଉଛି। ବ୍ୟାଙ୍କ ମିତ୍ର ମାନେ ଗ୍ରାହକ ମାନକୁ  ସଠିକ ଟଙ୍କା ପ୍ରଦାନ କରିନଥିବା ଯୋଗୁଁ ବ୍ୟାଙ୍କ ରେ  ଗ୍ରାହକ ମାନଙ୍କ ଭିଡ ଜମୁଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଏ. ସି, ରୁମ ରେ ବସିଥିବା ବେଳେ ଗ୍ରାହକ ମାନେ ପ୍ରବଳ ଗରମ ରେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଥିଲେ ମଧ୍ୟ ସେଥି ପ୍ରତି ଦୃଷ୍ଟି ଦିଆ ନ ଯିବା ଅତି ପରିତାପର ବିଷୟ, ଯେଉଁ ଗ୍ରାହକ  ମାନଙ୍କ ର ଟଙ୍କାରେ ବ୍ୟାଙ୍କ କର୍ମଚାରୀ ମାନେ ଦରମା ପାଉଛନ୍ତି ସେମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା ନ କରାଯିବାର ତଦନ୍ତ ଦାବି ହେଉଛି।ବ୍ୟାଙ୍କ କର୍ତ୍ତୃପକ୍ଷ କୋରନା  ନିୟମ ର ଉଲଘଂନ କରୁଥିବାରୁ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ବୁଦ୍ଧିଜୀବି ମହଲ ରୁ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ