ମୁଖ୍ୟ ରାସ୍ତା ଉପରେ ଭାସୁଛି ଡ୍ରେନ ପାଣି
ରାଇକିଆ, (ପ୍ରଦୀପ କୁମାର ବେହେରା):ରାଇକିଆ ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵ ରେ ଥିବା ଡ୍ରେନ ର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଦୀର୍ଘ ବର୍ଷ ହେଲା ଡ୍ରେନ ର ପୁନରୁଦ୍ଧାର ହୋଇ ପାରୁ ନାହିଁ । କିଛି ବର୍ଷ ତଳେ କ ନୂଆଗାଁ- ରାଇକିଆ – କଳିଙ୍ଗା ରାସ୍ତା ନିର୍ମାଣ ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନୂତନ ଭାବେ ନିର୍ମାଣ କିମ୍ବା ପୁନରୁଦ୍ଧାର କୁ ଗୁରୁତ୍ବ ଦିଆ ଯାଇ ନଥିଲା । କେବଳ ରାସ୍ତା ଉପରୁ ବର୍ଷା ଜଳ ନିଷ୍କାସନ ପାଇଁ କାମଚଳା ଭାବେ ଛୋଟିଆ ଡ୍ରେନ କରି ଛାଡ଼ି ଦିଆଗଲା । ସେହି ଡ୍ରେନ ପାଣି କେଉଁ ସ୍ଥାନ ରେ ନିଷ୍କାସନ ହେବ ସେ ବ୍ୟବସ୍ଥା କରାଗଲା ନାହିଁ । ବର୍ତମାନ ସାମାନ୍ୟ ବର୍ଷା ହେଲେ ପାଣି ବିଭିନ୍ନ ଚାଷ ଜମି ରେ କିମ୍ବା ରାସ୍ତା ଉପରେ ଭାସୁଛି । ଫଳ ରେ ଯାତାୟାତ ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


