ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲା ବ୍ୟାଙ୍କ ସମୁହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଓ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଯୋଗଦେଇ ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ର ଲୋକ ମାନେ ଉପଯୁକ୍ତ ଲାଭ ପାଇବେ ଏବଂ ସେମାନଂକୁ ସଠିକ ସେବା ଯୋଗାଇବା ନିମନ୍ତେ ବ୍ୟାଙ୍କ ଗୁଡିକର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ, ଗଞ୍ଜାମ ଜିଲ୍ଲାର ସର୍ବ ମୋଟ ୩୨ ଟି ବ୍ୟାଙ୍କ ସହ ବିଭିନ୍ନ ସହରାଂଚଳ ଓ ଗ୍ରାମାଂଚଳରେ ୪ ୪୧ ଟି ଶାଖା ରହିଛି । ୨୦୨୪ ଜୁନ ମାସ ସୁଦ୍ଧା ସମସ୍ତ ବ୍ୟାଙ୍କର ମୋଟ ୨୯୫୨୦ କୋଟି ଟଙ୍କା ଜମା ସଂଗ୍ରହ କରାଯାଇଥିବା ବେଳେ ମୋଟ ୧୯୩୯୪ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଯାହା ଦ୍ୱାରା ଋଣ ଓ ଜମାର ଅନୁପାତ ଶତକଡା ୬୬ ପ୍ରତିଶତ ହୋଇଛି । ଚଳିତ ଆର୍ଥିକ ବର୍ଷ ୨୦୨୪- ୨୫ ବ୍ୟାଙ୍କ ମାନଙ୍କ ପାଇଁ ରଖା ଯାଇଥିବା ଲକ୍ଷ୍ୟଧାର୍ଯ୍ୟ ସଫଳ ପୂରଣ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ପରିଡା ବ୍ୟାଙ୍କ ଗୁଡିକୁ ନିର୍ଦେଶ ଦେଇଥିଲେ, ଚଳିତ ଆର୍ଥିକ ବର୍ଷ ଜୁନ ୩୦ ତାରିଖ ସୁଦ୍ଧା ବ୍ୟାଙ୍କ ମାନଙ୍କ ଦ୍ୱାରା ପ୍ରାଥମିକ କ୍ଷେତ୍ର ରେ ୩୨ ପ୍ରତିଶତ ବ୍ୟାଙ୍କ ମାନଙ୍କ ଦ୍ୱାରା ଋଣ ପ୍ରଦାନ କରାଯାଇଛି, ଯାହାକି କୃଷି କ୍ଷେତ୍ର ରେ ୩୨ ପ୍ରତିଶତ । ସେଥି ମଧ୍ୟରୁ ୩୫ପ୍ରତିଶତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୧ ୬ ପ୍ରତିଶତ ଋଣ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ୨୦୨୪ ଖରିଫ୍ ଋତୁକୁ ମୋଟ ୭୬୨୨୧ ହେକ୍ଟର ଜମି ବୀମା ଭୁକ୍ତ ହୋଇଥିବା ବେଳେ ମୋଟ ୬୧୫. ୬୭ କୋଟି ବୀମାରାଶିରେ ଅନ୍ତର୍ଭୁକ୍ତ କରାଯାଇଛି । ଏତ ବ୍ୟତୀତ ଜିଲ୍ଲା ରେ ଚାଲିଥିବା ସମସ୍ତ ଯୋଜନା ଯାହାକି , ଏମକେୟୁୱାଇଯୋଜନା,ବଳରାମ, ଏସଏଚଜି,ପିଏମ ଇ ଜି ପି, ପିଏମ ଏଫ ଏମ ଇ ଇତ୍ୟାଦି ଯୋଜନାର ସଫଳ ରୂପାୟନ କରିବା ପାଇଁ ସମସ୍ତ ସହକାରୀ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦିଆଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏଲଡ଼ିଏମ ହିମାଂଚଳ ସାହୁ ଙ୍କ ସମେତ ବହୁ ସହକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଏଲଡିଏମ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


