ବ୍ୟାସନଗର ଜିଲ୍ଲା ଗଠନ ଦାବି କଲେ
ମାୟାଧର ନାୟକ
ଲୋକସଂଖ୍ୟା, ବ୍ଲକ୍, ପୌରପରିଷଦ, ଥାନା, ଗ୍ରାମ ଓ ଅମାପମାପ ଧନସମ୍ପତ୍ତିରେ ଖୁନ୍ଦି ହୋଇଥିବା ବ୍ୟାସନଗରକୁ ତୁରନ୍ତ ସରକାର ଜିଲ୍ଲାର ମାନ୍ୟତା ପ୍ରଦାନ କରନ୍ତୁ ବୋଲି ଗତ ୨୮ ତାରିଖ ଯାଜପୁରରୋଡ ଏନ୍.ସି. ହାଇସ୍କୁଲ ପଡିଆରେ ବ୍ୟାସନଗର କ୍ରିୟାନୁଷ୍ଠାନ କମିଟି ଓ ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ଆୟୋଜିତ ଗଣସମାବେଶରେ ବିଶିଷ୍ଟ ଶ୍ରମିକନେତା ଓ ସ୍ତମ୍ଭକାର ମାୟାଧର ନାୟକ ଦାବି କରିଥିଲେ । ଶ୍ରୀ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଲେଖିଛନ୍ତି – ବ୍ୟାସନଗରର ବହୁବିଦ୍ଧ ଜନସମସ୍ୟା ମ୍ମରେ ହୋଲଡିଂ ଟିକସ ବୃଦ୍ଧି, ଜମିଜମା, ଅହେତୁକ ବିଦ୍ୟୁତ ବିଲ୍, ରେଳବାଇ ଓଭରବ୍ରିଜ୍ ଓ ୧୦୦ ଶଯ୍ୟା ବିଶିଷ୍ଟ ସ୍ପେଶାଲିଷ୍ଟ ହସପିଟାଲ୍ ପାଇଁ କେତେଯେ ଆନ୍ଦୋଳନ ସହରବାସୀ କରିଛନ୍ତି ତା’ର ପଟ୍ଟାନ୍ତର ନାହିଁ । କିନ୍ତୁ ସରକାର କର୍ତ୍ତୃପକ୍ଷ ଆଦୌ କର୍ଣ୍ଣପାତ କରିନାହାଁନ୍ତି । କେବଳ କାକୁତିମିନତୀବିନତୀ ଦରଖାସ୍ତ, ସ୍ମାରକପତ୍ର, ଧାରଣାରେ ଦାବି ପୂରଣ ହୁଏନା । ଉପରୋକ୍ତ ଦାବିଗୁଡିକ ସରକାର ପୂରଣ କରିବେ ନାହିଁ । ସେମାନେ ହଁ ହାଁ କହି ଖସିଯିବେ । ୨୦୨୪ରେ ନିର୍ବାଚନ । ଏ ୨୦୨୩ରେ ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ପ୍ରତିଶ୍ରୁତି ଦେବାରେ ହେଳା କରୁନାହାଁନ୍ତି । ନିର୍ବାଚନବେଳେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବାପାଇଁ ମ୍ମ ସରକାର କହିପକେଇଥିଲେ । ସମୟ ଥିଲା ଓଡିଶାର ୧୩ ଜିଲ୍ଲାକୁ ଜନଦରଦୀ ବିଜୁବାବୁ ୩୦ ଜିଲ୍ଲା ଘୋଷଣା କରିଦେଲେ । ଏପରିକି ୫/୭ ଲକ୍ଷ ଜନବସତି ସ୍ଥାନକୁ ମ୍ମ ଜିଲ୍ଲା ଘୋଷଣା କରାଯାଇଛି । ବର୍ତ୍ତମାନ ୭/୮ ସ୍ଥାନରେ ଜିଲ୍ଲା ଆନ୍ଦୋଳନ ଗଢିଉଠିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ – ବ୍ୟାସନଗରକୁ ଜିଲ୍ଲା ଘୋଷଣା କରିବାର ଯଥାର୍ଥତା ହେଉଛି – ବିଶଷକରି ସୁକିନ୍ଦା ନର୍ବାଚନ ମଣ୍ଡଳୀ, କୋରେଇ ନିର୍ବାଚନ ମଣ୍ଡଳୀ, ବ୍ୟାସନଗର ମ୍ୟୁନିସିପାଲିଟି, ଘସିପୁରା ଓ ଭୂବନ ବ୍ଲକ୍କୁ ମିଶାଇଦେଲେ ୨୦୧୧ ଜନଗଣନା ଅନୁଯାୟୀ ୭,୧୫,୨୦୩ ଲୋକସଂଖ୍ୟା ଏବଂ ୯୦୩ ଗ୍ରାମ ଅଛି । ଏହି ୧୨ ବର୍ଷ ଭିତରେ ଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ କଳିଙ୍ଗନଗର କାରଖାନାରେ ଏବଂ ସୁକିନ୍ଦା ଖଣିଅଞ୍ଚଳ ଓ ବ୍ୟାସନଗରରେ ବହୁ ବାହାରଲୋକ କୋଠାବାଡି କରି ବସବାସ କଲେଣି । ଏବେ ସମସ୍ତଙ୍କୁ ମିଶେଇଦେଲେ ୧୦ ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ହେବ ଏବଂ ଏହା ମ୍ମରେ ୧୩ଟି ଥାନା ଯଥା – ସୁକିନ୍ଦା, ଦାନଗଦୀ, କୋରେଇ, ପାଣିକୋଇଲି, ଯାଜପୁରରୋଡ, ଯଖପୁରା, କଳିଙ୍ଗନଗର, ଟମକା, କାଳିଆପାଣି, ଜେନାପୁର, ଘସିପୁରା, ହାଟଡିହି, ସୋସୋ ପ୍ରମୂଖ ଥାନା ଏବଂ ବ୍ୟାସନଗର ମ୍ୟୁନିସିପାଲିଟି ଅଛି । ଯଦି ୫/୭ ଲକ୍ଷ ଲୋକଙ୍କୁ ନେଇ ଜିଲ୍ଲା ହେଇପାରୁଛି, ୧୦ ଲକ୍ଷ ଲୋକଙ୍କୁ ନେଇ ଜିଲ୍ଲା ହେବାର ଅସୁବିଧା କେଉଁଠି ?
ଆପଣମାନେ ଜାଣନ୍ତି ନିଶ୍ଚୟ – ଏସିଆ ମହାଦେଶର କ୍ରୋମ୍ ରାଜଧାନୀ ସୁକିନ୍ଦା ଉପତ୍ୟକାରେ ୧୪ ଟି କ୍ରୋମାଇଟି ଖଣି ଓ ଟମକା ପାହାଡରେ ଲୁହାପଥର ଭର୍ତ୍ତି । ଏବେ ଶୁଣାଗଲାଣି ଟମକା-ଦୈତାରୀ ପାହାଡ ପାଖ ତେଲକୋଇ ଅଞ୍ଚଳରେ ସୁନାଖଣିର ସନ୍ଧାନ ମିଳିଲାଣି । ଦାନଗଦୀ ବ୍ଲକ୍ରେ କଳିଙ୍ଗନଗର ଭାରତବର୍ଷର ଇସ୍ପାତ ରାଜଧାନୀ । ଏଠି ଟାଟା, ଜିନ୍ଦଲ ପ୍ରମୂଖ କମ୍ପାନୀଙ୍କ ୧୩ଟା ଲୁହାଖଣି କାର୍ଯ୍ୟରତ । କେନ୍ଦ୍ର ଓ ରାଜ୍ୟସରକାରଙ୍କ ପରିଚାଳନାଧୀନ ନିଳାଚଳ ଇସ୍ପାତ ନିଗମକୁ ଏବେ ଟାଟା କମ୍ପାନୀ କିଣିନେଇଛି । ସବୁ ଖଣି କଳକାରଖାନାର ଗାଡି ଏଇ ବ୍ୟାସନଗରର ଦେଇ ଯାଉଛି । ବ୍ୟାସନଗରର ଛାତି ଉପରେ ଯାଜପୁର-କେଉଁଝର ରୋଡ ରେଳଷ୍ଟେସନ୍ । କାହିଁ କେଉଁକାଳୁ ତାଳଚେର କୋଇଲା ଠାରୁ ଆରମ୍ଭକରି ସୁକିନ୍ଦା କ୍ରୋମାଇଟ୍, ଦୈତାରୀ-ଯୋଡା-ବଡବିଲର ଲୁହାପଥର ରାତିଦିନ ବୁହାଚାଲିଛି । ଏବେ ଯାଜପୁରରୋଡରୁ ଧାମରା ପର୍ଯ୍ୟନ୍ତ ରେଳପଥ ପାଇଁ କେନ୍ଦ୍ରସରକାର ନିଷ୍ପତି ନେଇଥିଲେ ବି ଏ ବଜେଟ୍ରେ ଅର୍ଥ ବ୍ୟୟ ଅଟକଳ କରିନାହାଁନ୍ତି । ବ୍ୟାସନଗର ସହରରେ ବଡ ବଡ ବ୍ୟବସାୟୀ, ପ୍ରାଇଭେଟ୍ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଖୁନ୍ଦି ହୋଇଗଲାଣି । କିନ୍ତୁ ସୁକିନ୍ଦା କୋରେଇ ଲୋକେ କୋର୍ଟ କଚେରୀ ଓ ଅନ୍ୟାନ୍ୟ କାମ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଯଦିଓ ରାଜ୍ୟସରକାର ଖଣିଜ ବିକାଶ ପାଣ୍ଠିରେ ୨୨ ହଜାର କୋଟି ଟଙ୍କା ରଖିଛନ୍ତି, ସେ ଟଙ୍କା ଖଣି ନିକଟ ସୁକିନ୍ଦା,


