ଭଂଜନଗର ଉପେନ୍ଦ୍ର ଭଂଜ ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳପ୍ରକଳ୍ପ ଉଦ୍ଘାଟିତ୍
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଭଂଜନଗର ଉପେନ୍ଦ୍ର ଭଂଜ ଉଚ୍ଚ ବିଦ୍ୟାଳୟର ୧୯୮୮ ବେଚର ପୁରୁଣା ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଅର୍ଥ ପ୍ରଦତ୍ତ ରାଶିରେ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ୍ ଶ୍ରୀଯୁକ୍ତ କାଳିଆ ପାତ୍ରଙ୍କ ଦ୍ୱାରା ସମାପନ କରାଯାଇଛି । ଉଦ୍ଘାଟନି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାରପ୍ରଧାନ ଓ ଅନୁଷ୍ଠାନର ଅନନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀଙ୍କ ସହ ୧୯୯୮ ବ୍ୟାଚ୍ର ପୁରାତନ ଛାତ୍ର ତଥା ଜଗଦୀଶ ପାଣିଗ୍ରାହି , ଇଶ୍ୱର ସୁବୁଦ୍ଧି , ତ୍ରିଲୋଚନ ବେହେରା , ଦିଳ୍ଲୀପ ରାୟ . ମାନସ ରାଉଳ,ସ୍ୱରୁପ ପଣ୍ଡା , ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପାନୀୟ ଜଳର ସୁବିଧା ହୋଇଥିବାରୁ ଖୁସୀ ବ୍ୟକ୍ତ କରିଛନ୍ତି ।


