ଭଉଣୀ ବିଦା ସମୟରେ କାନ୍ଦିବା ମହଙ୍ଗା ପଡ଼ିଲା ଭାଇଙ୍କୁ

ବିବାହ ପରେ ଝିଅ ବିଦା ସମୟରେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥାଏ । ସମସ୍ତେ ଏହା ଦେଖିଥିବେ ନିଶ୍ଚୟ । ମାତ୍ର ରୁଷିଆର ଗଣରାଜ୍ୟ ଚେଚନ୍ୟାରେ ଝିଅ ବିଦା ସମୟରେ ଏମିତି ଏକ ପରିସ୍ଥିତି ହୋଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏଠାରେ ଜଣେ ଭାଇଙ୍କୁ ଭଉଣୀର ବିଦା ସମୟରେ କାନ୍ଦିବା ମହଙ୍ଗା ପଡ଼ିଛି । ଏଥିପାଇଁ ତାଙ୍କୁ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ପଡ଼ିଛି ।
ଏକ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଭଉଣୀ ବିଦା ସମୟରେ ଭାଇ କାନ୍ଦୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା । ଧାର୍ମିକ ନେତା ରମଜାନ କଦିରୋଭଙ୍କ କହିବା ଅନୁସାରେ, ବିବାହରେ କାନ୍ଦି ଭାଇ ଚେଚନ୍ୟା ପରମ୍ପରା ଉଲ୍ଲଙ୍ଘନ କରିଥିଲେ । ଏହି ପରମ୍ପରା ଅନୁସାରେ ଭଉଣୀର ବିବାହରେ ଭାଇର ଯିବା କଥା ନୁହେଁ । ମାତ୍ର ସେ ସେଠାକୁ ଯାଇ କାନ୍ଦିଥିଲେ । ଏହି କାରଣରୁ ତାଙ୍କୁ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ପଡ଼ିଛି । କ୍ଷମା ମାଗିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଐତିହାସିକ ଜେଲିମଖାନ୍ ମୁସାଇବଙ୍କ ଅନୁସାରେ, ଚେଚନ ବିବାହରେ ଲୋକମାନେ ନିଜ ଭାବନାକୁ ଅନ୍ୟ ସମ୍ମୁଖରେ ଉପସ୍ଥାପନା କରିବା ଠିକ୍ ନୁହେଁ ବୋଲି ଧରାଯାଏ । ସେ ମହିଳା ହୁଅନ୍ତୁ ଅବା ପୁରୁଷ । ତେଣୁ ଭଉଣୀଙ୍କ ବିବାହ ସମୟରେ ଯେତେବେଳେ ଭାଇର ଏଭଳି କାନ୍ଦିବା ଭିଡିଓ ଭାଇରାଲ ହେଲା ଏହାକୁ ଦେଖି ଲୋକେ ରାଗିଯାଇଥିଲେ । ଚେଚନ୍ୟା ପୁରୁଷଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପୁରୁଷ ବୋଲି ଗଣନା କରାଯାଏ । ଏହି କାରଣରୁ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ