ବିନା କର୍ମଚାରୀରେ ଚାଲିଛି ବହି ଦୋକାନ

ଦୁବାଇର “ବୁକ୍ ହିରୋ’ ନାମକ ଏକ ବହି ଦୋକାନ ରହିଛି । ଏଠାରେ କେବଳ ବହି ରହିଛି । ଲୋକେ ଦୋକାନକୁ ଯାଇ ନିଜ ପସନ୍ଦର ବହି କିଣି ଦାମ୍ ପୈଠ କରି ଆସିଥାନ୍ତି । ସର୍ବସାଧାରଣଙ୍କ ବିଶ୍ୱାସରେ ଏହା ପରିଚାଳିତ ହୋଇଥାଏ । ଏହା ହେଉଛି ବିଶ୍ୱର ପ୍ରଥମ ଦୋକାନ ଯେଉଁଠି କେହି ହେଲେ କର୍ମଚାରୀ ନାହାନ୍ତି । ସବୁଜ ତଥା ହଳଦିଆ ରଙ୍ଗ ଷ୍ଟିକରରେ ପ୍ରତି ବହିର ଉଚିତ ମୂଲ୍ୟ ଦୋକାନର କାନ୍ଥରେ ଲେଖାଯାଇଥାଏ । ଗ୍ରାହକମାନଙ୍କ ସୁବିଧା ପାଇଁ ଏଠାରେ ଏକ ପେମେଣ୍ଟ୍ ବକ୍ସ ରଖାଯାଇଛି ଏହାକୁ ଟ୍ରଷ୍ଟ ବକ୍ସ ବା ବିଶ୍ୱାସ ବାକ୍ସ କୁହାଯାଏ । କୌଣସି ଗ୍ରାହକ ଏଠାରେ ବହି ଚୋରି କରି ନ ଥାନ୍ତି । ଦୋକାନର ମାଲିକ ସପ୍ତାହକୁ ଥରେ ଷ୍ଟକ ରିପ୍ଲେସମେଣ୍ଟ କରିବା ଏବଂ ଟଙ୍କା ଆଣିବା ପାଇଁ ଏଠାକୁ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ