୬ ବର୍ଷୀୟା ମଡେଲ ୟଲିନା ବିଶ୍ୱର ସବୁଠୁ ସୁନ୍ଦରୀ
ବିଶ୍ୱର ସବୁଠାରୁ ସୁନ୍ଦର ଏବଂ ବୁଦ୍ଧିମାନଙ୍କୁ ନେଇ ଅନେକ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଏଥିରେ ଜଣଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇ ମୁକୁଟ ପିନ୍ଧାଯିବା ସହ ପୁରସ୍କୃତ କରାଯାଇଥାଏ । ଏବେ ଏହି ତାଲିକାରେ ଏକ ଛୋଟ ଝିଅର ନାମ ଯୋଡ଼ିହୋଇଯାଇଛି । ରୁଷର ମାତ୍ର ୬ବର୍ଷର ଜଣେ ଝିଅ ବିଶ୍ୱର ସବୁଠାରୁ ସୁନ୍ଦରୀ ହେବାର ଗୌରବ ଅର୍ଜନ କରିଛନ୍ତି । ୟଲିନା ୟକୁପୋୱା ନାମକ ଏହି ଝିଅ ମାତ୍ର ୪ ବର୍ଷରୁ ମଡେଲିଂ କରିଆସୁଛନ୍ତି । ତାଙ୍କର ଖୁବ୍ ଲୋକପ୍ରିୟତା ରହିଛିୟ ୟଲିନାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ୨୨ ହଜାର ଫଲୋଅର୍ସ ରହିଛନ୍ତି । ସବୁଠାରୁ ବଡ଼ କଥା ହେଲା ୟଲିନାଙ୍କ ଫଲୋଅର୍ସମାନେ ତାଙ୍କୁ ବିଶ୍ୱର ସବୁଠାରୁ କ୍ୟୁଟ୍ ଝିଅ ବୋଲି କହିଛନ୍ତି । ତାଙ୍କ ଫଟୋ ଯେ କେହି ଦେଖିବ ନଜର ହଟିବନି । ୟଲିନା ଅନେକ ଫ୍ୟାଶନ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇସାରିଛନ୍ତି । ଏଥିସହ ୟଲିନା ଛୋଟ ପିଲାଙ୍କ ଲୋକପ୍ରିୟ ବ୍ରାଣ୍ଡ ମୋନାଲିସା କିଡ୍ସ ଏବଂ ଗ୍ଲୋରିୟା ଜିନ୍ସ ପାଇଁ ମଧ୍ୟ ବିଜ୍ଞାପନ କରିସାରିଛନ୍ତି । ୟଲିନାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ସୁନ୍ଦର ସୁନ୍ଦର ଫଟୋରେ ଭରିରହିଛି । ତାଙ୍କର ପ୍ରତି ଫଟୋକୁ ହଜାର ହଜାର ସଂଖ୍ୟାରେ ଲାଇକ୍ ମିଳୁଛି । ତାଙ୍କର ଫ୍ୟାନ୍ ଫଲୋଇଂ ରୁଷ୍ ସମେତ ଆମେରିକା, ବ୍ରିଟେନ, ଜର୍ମାନ ଓ ସମଗ୍ର ବିଶ୍ୱରେ ରହିଛି । ୟଲିନାଙ୍କ ମ୍ୟାନେଜର ରୋମନ କୁଖର କୁହନ୍ତି, ବିଗତ କିଛି ଦିନ ହେବ ତାଙ୍କର ଲୋକପ୍ରିୟତା ବହୁତ ବଢ଼ିଯାଇଛି । ସେ ନିଜ କାମକୁ ନେଇ ଖୁବ୍ ଯତ୍ନବାନ୍ । ଏତେ କମ୍ ବୟସରୁ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ବଡ ନାମ କମାଇଛନ୍ତି ବୋଲି ରୋମନ କୁହନ୍ତି ।


