ବିଶ୍ୱର କେତେକ ରହସ୍ୟ
ବିଶ୍ୱରେ ଏଭଳିି ଅଜବ ରହସ୍ୟ ରହିଛି ଯାହା ଆଜି ବି ଲୁକ୍କାୟିତ ହୋଇ ରହିଛି । ବୈଜ୍ଞାନିକମାନେ ଆଜିଯାଏ ଏହାର ଉତ୍ତର ପାଇପାରି ନାହାନ୍ତି । ଆସନ୍ତୁ ଜାଣିବା କିଛି ଏଭଳି ରହସ୍ୟ ବିଷୟରେ, ଯାହା ସମସ୍ତଙ୍କ ପାଇଁ ଏକ ପ୍ରହେଳିକା ହୋଇ ରହିଛି ।
ଡ୍ୟାନ୍ସିଂ ପ୍ଲେଗ:୧୫୧୮ରେ ଫ୍ରାନ୍ସର ଷ୍ଟାୱର୍ଗରେ ହଠାତ୍ ବହୁ ଲୋକ ନାଚିବାକୁ ଆରମ୍ଭ କରିଥିଲେ । ଦିନରୁ ରାତି ହୋଇଯାଉଥିବାବେଳେ ରାତିରୁ ଦିନ ମଧ୍ୟ ହୋଇଯାଇଥିଲା । ହେଲେ ସେମାନଙ୍କ ନାଚିବା ବନ୍ଦ ହେଲା ନାହିଁ । ଏଭଳି ନାଚୁ ନାଚୁ ବହୁ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ସେଠାକାର ଲୋକ ଏହାକୁ “ଡ୍ୟାନ୍ସିଂ ପ୍ଲେଗ’ ନାମରେ ନାମିତ କରିଥିଲେ । ହେଲେ ଏହି ରହସ୍ୟ ଆଜିଯାଏ ପ୍ରହେଳିକା ହୋଇ ରହିଛି ଯେ, କାହିଁକି ଓ କ’ଣ ପାଇଁ ଏମାନଙ୍କର ମୃତ୍ୟୁ ହୋଇଥିଲା ।
ନାଜକା ଲାଇନ୍ସ: ପେରୁର ନାଜକା ମରୁଭୂମିରେ କିଛି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି । ଏହି ଚିତ୍ର ବୈଜ୍ଞାନିକମାନଙ୍କ ପାଇଁ ରହସ୍ୟ ହୋଇ ରହିଛି । କୁହାଯାଏ, ଏହି ସବୁ ଚିତ୍ର ୨ଶହ ଶତାବ୍ଦୀ ପୂର୍ବରୁ ଏଠାରେ ରହିଛି । ତେବେ କିଛି ଲୋକଙ୍କ କହିବା ଅନୁସାରେ, ଏଠାରେ ଏଲିଆନ୍ସର ବିମାନ ଅର୍ଥାତ୍ ୟୁଏଫ୍ଓ ଓହ୍ଲାଇଥିଲା । ହେଲେ ଆଜି ବି ଏହା ରହସ୍ୟ ହୋଇ ରହିଛି ।
ଡେଥ୍ ଭ୍ୟାଲି: କାଲିଫର୍ନିଆର ଡେଥ୍ ଭ୍ୟାଲିରେ ଅଲଗା ଅଲଗା ଓଜନର ପଥରମାନ ରହିଛି । ଯାହାକୁ ଦେଖିଲେ ଲାଗିବ ପଥରଗୁଡିକ ଯେଭଳି ଆଗକୁ ବଢ଼ୁଛି । ଆଉ ଏହା ଗତିଶୀଳ ବୋଲି ପ୍ରମାଣ ମଧ୍ୟ ମିଳିସାରିଛି, ହେଲେ କିଏ ଏହାକୁ ଗତିଶୀଳ କରାଉଛି ତାହା ଏକ ପ୍ରହେଳିକା ହୋଇ ରହିଛି ।
ଡେଭିଲ୍ସ ୱାଟରଫଲ: ମିନେସାଟା ଡେଭିଲ୍ସ ୱାଟରଫଲ ବିଶ୍ୱର ରହସ୍ୟମୟ ଝରଣା ଭାବେ ରହିଛି । ପାହାଡ଼ ଉପରୁ ଏହି ଝରଣାର ପାଣି ୨ଧାରାରେ ପଡ଼ିଥାଏ । ହେଲେ ଏଥିରୁ ଗୋଟିଏ ଧାରା ତଳକୁ ଆସି ପାଣି ସାମାନ୍ୟ ବୋହୁଥିବା ବେଳେ ଅନ୍ୟ ଧାରାଟି ଏକ ବଡ଼ କଣାରେ ପଡ଼ି କୁଆଡ଼େ ଉଭେଇ ଯାଇଥାଏ । ତାହା କାହାକୁ ବି ଜଣାନାହିଁ ଯେ ପାଣି ଶେଷରେ ଯାଉଛି କୁଆଡ଼େ । ଏହି ରହସ୍ୟକୁ ଆଜି ବି ଖୋଲିପାରିନାହାନ୍ତି ବୈଜ୍ଞାନିକମାନେ ।
ଷ୍ଟୋନ୍ହେଞ୍ଜ: ଇଂଲଣ୍ଡର ୱିଲ୍ଟଶାୟରରେ ଥିବା ଷ୍ଟୋନହେଞ୍ଜ ଏବେ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପ୍ରହେଳିକା ହୋଇ ରହିଛି । ଗ୍ରାନାଇଟର ଏହି ବିଶାଳ ପଥରରେ ଆଠଟି ଭାଷାରେ ଲେଖାଯାଇଛି । ଇଂଲିଶ୍, ସ୍ପେନିଶ୍, ସ୍ୱାହିଲି, ହିନ୍ଦୀ, ହିବ୍ରୁ, ଅରବି, ଚାଇନିଜ୍ ଓ ରଷିଆନ ଭାଷାରେ ଲେଖା ହୋଇଥିବା ଏହି ଲାଇନ ଏବେ ବି ରହସ୍ୟ ହୋଇ ରହିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ପଥରରେ କିଛି ଗ୍ରହନକ୍ଷତ୍ର ସମ୍ବନ୍ଧୀୟ ବିଶେଷତ୍ୱ ରହିଛି । କିନ୍ତୁ ଏହି ପଥରରେ ଲେଖାଯାଇଥିବା ଲାଇନର ଅର୍ଥ ଆଜିଯାଏ କେହି ଜାଣିପାରିନାହାନ୍ତି ।


