ଭଞ୍ଜନଗର ବ୍ଳକ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ସ୍ତରୀୟ କ୍ରୀଡା ମହୋତ୍ସବ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମ ଆରମ୍ଭରେ ଆନୁଷ୍ଠାନିକ ଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍. ଧନଞ୍ଜୟ, ଜିଲ୍ଲା ପରିଷଦ ସଭ୍ୟା ଶୈଳବାଳା ବିଷୋୟୀ, ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ବଡକୋଦଣ୍ଡା ସରପଞ୍ଚ ରେଶ୍ମା କୁମାରୀ ନାୟକ, ସରପଞ୍ଚ ପ୍ରତିନିଧି ହୃଷିକେଶ ପ୍ରଧାନ, ସମିତି ସଭ୍ୟ ଜେ. ମନୋଜ କୁମାର ପୃଷ୍ଟି ପ୍ରମୁଖ ଉଦଘାଟନ କରିଥିଲେ ବ୍ଳକ୍ ର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରୁ ପଞ୍ଚାୟତ ସ୍ତରରେ କବାଡି,ଖୋଖୋ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ୧୦୦ମି, ୨୦୦ମି, ୪୦୦ ମି, ୬୦୦ମି ଦୌଡ, ସଟପୁଟ, ଡିସକସ୍ ଥ୍ରୋ ଭଳି କ୍ରୀଡାରେ କୃତୀତ୍ବ ହାସଲ କରିଥିବା ଶତାଧିକ ଛାତ୍ର ଛାତ୍ରୀ ସେମାନଙ୍କ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ନିମିତ୍ତ ଯୋଗ୍ୟ ବିବେଚିତ ହୋଇଥିଲେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା, ଏବିଇଓ ନେତାଜୀ ବିଷୋୟୀ, ଶଙ୍କର୍ଷଣ ତ୍ରିପାଠୀ, ବି.ଆର୍.ସି.ସି ସୂର୍ଯ୍ୟ ନାୟକ ଙ୍କ ସମେତ ସମସ୍ତ ପି.ଇ.ଟି ଶିକ୍ଷକ ଶିକ୍ଷୟିତ୍ରୀ, ସି.ଆର୍.ସି.ସି ବୃନ୍ଦ ଏବଂ ବଡକୋଦଣ୍ଡା ଗ୍ରାମର କ୍ରୀଡା ପ୍ରେମୀ ଯୁବକଗଣ ତଥା ଗାଇଡ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଦ୍ବିତୀୟ ଦିବସର ଉଦଯାପନୀ ଉତ୍ସବରେ ଭଞ୍ଜନଗର ବି.ଡି.ଓ ଶଶି ଭୂଷଣ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ କାର୍ଯ୍ୟକ୍ରମରେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଟାଫ ସହଯୋଗ କରିଥିବା ବେଳେ ସ୍ଥାନୀୟ ସି.ଆର୍.ସି.ସି ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ