ଭଣ୍ଡାରିପୋଖରୀରେ ମାତୃପିତୃ ପୂଜନ ଶୁଭାରମ୍ଭ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଫେବେୃଆରୀ ୧୪ ମାତୃପିତୃ ପୂଜନ ଦିବସ ଉପଲକ୍ଷେ ଆଜି ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବ୍ଲକର ବନସ୍ତା ଠାରେ ଆୟୋଜିତ ମାତୃପିତୃ ପୂଜନ ଉତ୍ସବକୁ ଶାରଦା ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ଶ୍ରୀ ଯୋଗବେଦାନ୍ତ ସେବାସମିତିର ସଦସ୍ୟ ଅମ୍ରିଶ ମହାନ୍ତି, ଶିକ୍ଷାବିତ ସୁଶାନ୍ତ ସେନାପତି, ସ୍ୱେଦେଶ୍ନା ପାତ୍ର, ଅଜୟ କୁମାର ରାଉତ, ଅନିତା ବେହେରା ପ୍ରମୁଖ ଯୋଗଦେଇ ମାତୃପିତୃ ପୂଜନ ଦିବସର ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ । ଏହାଛଡା ଭାଲେଣ୍ଟାଇନ ଡେ ପରିବର୍ତ୍ତେ ସନ୍ଥ ଆଶାରାମଜୀ ବାପୁ ପ୍ରଣିତ ପେବୃଆରୀ ୧୪ତାରିଖ ଦିନ ସମସ୍ତେ ମାତାପିତାଙ୍କୁ ପୂଜା କରିବା ଉଚିତ ବୋଲି କହିଥିଲେ । ଗ୍ରାମର ଅନେକ ବିଦ୍ୟାର୍ଥୀ ଓ ମାଆ ବାପା ଏଥିରେ ଯୋଗଦେଇଥିଲେ । ସେହିଭଳି ମହିମା ବଜାର ପଟାପୋଲ ଠାରେ ଶିକ୍ଷକ ପବନ କୁମାର ନାୟକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସେବାନିବୃତ୍ତ ଅଧିକାରୀ ମାୟାଧର ଭଞ୍ଜ ଯୋଗଦେଇ ସାଂପ୍ରତିକ ସମୟରେ ଏପରି କାର୍ଯ୍ୟକ୍ରମକୁ ଭୁୟସିଂ ପ୍ରସଂଶା କରିଥିଲେ । ଶାରଦା ବିଦ୍ୟାମନ୍ଦିର ଗୁରୁମା ମଧୁସ୍ମିତା ଷେଣ୍ଢ, ଝୁନୁବାଳା ବିଶ୍ୱାଳ,କବିତା ତ୍ରିପାଠୀ ଉତ୍ସବକୁ ପରିଚାଳନା କରିଥିବାବେଳେ ସୁଶାନ୍ତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନୁରୂପ ଭାବେ କହରାପୋଖରୀ ଠାରେ ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସମାଜସେବୀ ଡମ୍ବରୁଧର ବେହେରା ଯୋଗଦେଇ ବର୍ତ୍ତମାନ ସମୟରେ ବୃଦ୍ଧ ପିତାମାତା ମାନେ ତାଙ୍କ ସନ୍ତାନ ମାନଙ୍କ ସେବାରୁ ବଞ୍ଚିତ ହେଉଥିବାବେଳେ ଏଭଳି କାର୍ଯ୍ୟକ୍ରମ ସମାଜକୁ ଦିଗଦର୍ଶନ ଦେବ ବୋଲି କହିଥିଲେ । ଗ୍ରାମର ଛାତ୍ରଛାତ୍ରୀ ମାନେ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ପିତାମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ । ଉତ୍ସବକୁ କୁଞ୍ଜଲତା ସେନାପତି, ପ୍ରଜ୍ଞା ବାରିକ, ଅର୍ପିତା ନାୟକ ପ୍ରମୁଖ ପରିଚାଳନା କରିଥିଲେ ।


