ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାଗବତ ଟୁଙ୍ଗିର ପୁନରୁଦ୍ଧାର ନିମନ୍ତେ ଗଛିତ ଥିବା ଅନୁଦାନ ରାଶିକୁ ଜରୁରୀକାଳୀନ ଭାବେ ପ୍ରଦାନ କରାଯିବାକୁ ଭାଗବତ ଟୁଙ୍ଗି ପ୍ରଚାର ସମିତି,ଓଡିଶା ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ଅଧିନରେ ଥିବା ୪୩୮ଟି ଭାଗବତ ଟୁଙ୍ଗି ନିମନ୍ତେ ଗତ ୨୦୧୭ମସିହାରୁ ଜିଲ୍ଲାକୁ ସରକାରୀ ଅନୁଦାନ ଆସିଥିଲେ ମଧ୍ୟ ଅଦ୍ୟାବଧି ଜିଲ୍ଲାର କୈାଣସି ଗୋଟିଏ ବି ଭାଗବତ ଟୁଙ୍ଗିକୁ ଅନୁଦାନ ପ୍ରଦାନ କରାଯାଇନାହିଁ । ଫଳରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଭାଗବତ ଟୁଙ୍ଗି ଗୁଡିକର ଉନ୍ନତି ସାଧିତ ହୋଇପାରିନାହିଁ । ଜିଲ୍ଲାରେ ଥିବା ଭାଗବତ ଟୁଙ୍ଗି ଗୁଡିକରେ ଦୈନିକ ଭାଗବତ ପାଠ କରାଯାଉଥିବା ବେଳେ ଭାଗବତଟୁଙ୍ଗି ଗୁଡିକର ସ୍ଥାୟୀ ଗୃହ ନଥିବାରୁ ଭାଗବତ ପାରାୟଣ, ପ୍ରବଚନ ଓ ଆଲୋଚନାଚକ୍ର ପ୍ରଭୃତି କାର୍ଯ୍ୟକ୍ରମ ଗୁଡିକ ସୂଚାରୁରୂପେ ହୋଇପାରୁନାହିଁ । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆମ ଜିଲ୍ଲାକୁ ଭାଗବତ ଟୁଙ୍ଗିର ଉନ୍ନୟନ ନିମନ୍ତେ ଅନୁଦାନ ଆସୁଥିଲେ ମଧ୍ୟ ସେହି ଅନୁଦାନକୁ ବଣ୍ଟନ କରାଯାଉନଥିବାରୁ ଓଡିଶାର ଅନ୍ୟ ଜିଲ୍ଲା ଗୁଡିକ ଭଳି ଆମ ଜିଲ୍ଲା ଅଧିକ ସରକାରୀ ଅନୁଦାନ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଅନ୍ୟ ଜିଲ୍ଲା ଗୁଡିକରେ ଏହି ଅନୁଦାନ ପ୍ରତ୍ୟେକ ବର୍ଷ ବିଭିନ୍ନ ଭାଗବତ ଟୁଙ୍ଗି ଗୁଡିକୁ ବଣ୍ଟନ କରାଯାଉଥିବା ବେଳେ ଆମ ଜିଲ୍ଲାରେ ତାହା କରାଯାଉନଥିବା ଅଭିଯୋଗ ହୋଇଛି । ତେଣୁ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ପଡିରହିଥିବା ସରକାରୀ ଅନୁଦାନକୁ ଜିଲ୍ଲାର ଭାଗବତ ଟୁଙ୍ଗି ଗୁଡିକର ଉନ୍ନୟନ ନିମନ୍ତେ ଅବିଳମ୍ବେ ବଣ୍ଟନ କରାଯିବାକୁ ସମିତି ପକ୍ଷରୁ ଜିଲ୍ଲା ସମ୍ପାଦକ ପ୍ରଦିପ ସାହୁ, କୋଷାଧ୍ୟକ୍ଷ ବସନ୍ତ କୁମାର ବେହେରା, ନଗେନ୍ଦ୍ର ନାଥ ବରାଳ, ବିଷ୍ଣୁ ଚରଣ ଆଚାର୍ଯ୍ୟ, ସୁବ୍ରତ କୁମାର ରାଉତ, ସୁରେନ୍ଦ୍ର ନାଥ ଶତପଥୀ, ଭାଗବତ ବେହେରା, ସୁରଥ ଚନ୍ଦ୍ର ସ୍ୱାଇଁ, ଗୋଲକ ବିହାରୀ ସ୍ୱାଇଁ, ରମାକାନ୍ତ ଦାସ, ଭାଗବତ ସାହୁ, ବାସୁଦେବ ସେଠୀ ପ୍ରମୁଖ ଦାବି କରିବା ସହ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ମହାରଣାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ