ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ଇନ୍ଦୀରା ଗାନ୍ଧିଙ୍କ ୩୯ତମ ତିରୋଧାନ ଦିବସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ଇନ୍ଦୀରା ଗାନ୍ଧିଙ୍କ ୩୯ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ବର୍ଗତ ଇନ୍ଦିରା ଗାନ୍ଧିଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଏବଂ ସ୍ବର୍ଗୀୟ ଇନ୍ଦୀରା ଗାନ୍ଧି ଙ୍କ ପ୍ରଧାନମନ୍ତ୍ରୀଙ୍କ ସମୟରେ ତାଙ୍କର କାର୍ଯ୍ୟକଳାପ ଓ କଂଗ୍ରେସର ନୀତି ଆଦର୍ଶକୁଆପଣେଇ ଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଭାରତରେ କଂଗ୍ରେସ ସହିତ ଜଡିତ ରହିଆସିଛନ୍ତି। ଯେଉଁମାନେ ଇନ୍ଦୀରା ଗାନ୍ଧିଙ୍କୁ ତଥା ଗାନ୍ଧି ପରିବାରକୁ ଭଲ ପାଉଛନ୍ତି ସେମାନେ ହିଁ ସଦାସର୍ବଦା କଂଗ୍ରେସ ସହିତ ରହିଥୂବେ ଗାନ୍ଧୀବାଦୀ ହିସାବରେ କଂଗ୍ରେସ ଦଳ ସହିତ ରହିଥିବେ ବୋଲି ମତପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅଭିମନ୍ୟୁ ପଣ୍ଡା, କୁନା ମାଝୀ, ତ୍ରିନାଥ ପାତ୍ର , ଲୋକି ପାତ୍ର ନିରାକାର ପାଣିଗ୍ରାହୀ, ଦଣ୍ଡ ଚରଣ ପଣ୍ଡା ରାମଚନ୍ଦ୍ର ଦଳେଇ, ଶୁମିତ ପାତ୍ର, ଛାତ୍ର କଂଗ୍ରେସ ମହିଳା କଂଗ୍ରେସର ସଭ୍ୟ ସଭ୍ୟା ଉପସ୍ଥିତ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ବସନ୍ତ କୁମାର ପଣ୍ଡାଙ୍କ ଅଧ୍ଯକ୍ଷତାରେ ପରିଚାଳନା କରାଯାଇଥିଲା ।


