ଭାରତ ଏବଂ ବ୍ରାଜିଲର ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ-ନୂଆଦିଲ୍ଲୀ ଠାରେ ଶନିବାର ବ୍ରାଜିଲର ରାଷ୍ଟ୍ରପତି ଜେଏର୍ ବୋଲସୋନାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ-ବ୍ରାଜିଲ ସମ୍ମିଳନୀ ବୈଠକ ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ଯଥା ଜୈବ ଉର୍ଜା, ସାଇବର ସୁରକ୍ଷା, ସ୍ୱାସ୍ଥ୍ୟ, ଔଷଧ ପ୍ରଭୁତି ବିଭିନ୍ନ କ୍ଷେତ୍ରରେ ମୋଟ ୧୫ଟି ବୁଝାମଣା ହୋଇଯାଇଛି । ତନ୍ମଧ୍ୟରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବ୍ରାଜିଲର ଉର୍ଜା ଓ ଖଣି ମନ୍ତ୍ରୀ ଆଡମିରାଲ୍ ବେଂଟୋଙ୍କ ମଧ୍ୟରେ ଜୈବ ଉର୍ଜା ତଥା ତୈଳ ଓ ଗ୍ୟାସ କ୍ଷେତ୍ରରେ ୨ଟି ଏମଓୟୁର ଆଦାନପ୍ରଦାନ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବିଭିନ୍ନ କ୍ଷେତ୍ର ଯଥା ଜୈବ ଉର୍ଜା, ତୈଳ ଓ ଗ୍ୟାସ, ସ୍ୱାସ୍ଥ୍ୟ ଏବଂ ଔଷଧ, ସାଇବର ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଗୋଧନର ସଂରକ୍ଷଣ ଓ ସମ୍ବର୍ନ୍ଧନା ତଥା ସଂସ୍କୃତି କ୍ଷେତ୍ରରେ ଦୁଇ ଦେଶର ସହଯୋଗ ବୃଦ୍ଧି ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଅନେକ ମହତ୍ୱପୂର୍ଣ୍ଣ ବୁଝାମଣା ହୋଇଛି । ପରମ୍ପରାଗତ କ୍ଷେତ୍ର ବ୍ୟତିତ ନୂଆ ନୂଆ କ୍ଷେତ୍ରରେ ମଧ୍ୟରେ ଦୁଇ ଦେଶର ସମ୍ପର୍କ ମଜବୁତ୍ ହୋଇଛି । ନିବେଶ ହେଉ କିମ୍ବା ଅପରାଧିକ ମାମଲାରେ ଆଇନଗତ ସହାୟତା ଏହି ବୁଝାମଣା ଦୁଇ ଦେଶର ସହଯୋଗକୁ ନୂଆ ଆଧାର ଦେବ । ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ୍ ହେବାରେ ଲାଗିଛି । ଉଭୟ ଦେଶର ଋଣନୈତିକ ସହଯୋଗକୁ ଆହୁରି ମଜବୁତ୍ କରିବା ପାଇଁ ଏକ ବୃହତ ବଡ ଯୋଜନା ପ୍ରସ୍ତୁତ କରାଯାଇଛି । ବର୍ଷ ୨୦୨୩ରେ ଦୁଇ ଦେଶ ମଧ୍ୟରେ
କୁଟନୈତିକ ସମ୍ବର୍କର ପ୍ଲାଟିନମ୍ ଜୁବୁଲି ହେବ । ଦୁଇ ଦେଶ ମଧ୍ୟରେ ଥିବା ହେବାକୁ ଥିବା ଆକ୍ସନ ପ୍ଲାନ୍ ଉଭୟ ଦେଶର ଋଣନୈତିକ ସହଯୋଗ, ଲୋକଙ୍କ ମଧ୍ୟରେ ଯୋଡିବା ଏବଂ ବ୍ୟବସାୟ ଉଦ୍ୟୋଗକୁ ଆଗକୁ ବଢାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏମଓୟୁ ଫଳରେ ଉର୍ଜା କ୍ଷେତ୍ର ସମେତ ଋଣନୈତିକ ସହଯୋଗ ମଜବୁତ୍ ହେବ । ଆଜିର ଜୈବ ଉର୍ଜାରେ ବୁଝାମଣା ସ୍ୱାକ୍ଷରିତ ଫଳରେ ଦେଶରେ ଇଥାନଲର ଉତ୍ପାଦନରେ ଅଭିବୃଦ୍ଧି ହେବ । ଏହାବ୍ୟତିତ ଦେଶର ସର୍ବବୃହତ ତୈଳ ବିପଣନ କମ୍ପାନୀ ଆଇଓସିଏଲ ଏବଂ ବ୍ରାଜିଲର ସିଏନପିଇଏମ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହା ଦ୍ୱାରା ଦୁଇ କମ୍ପାନୀ ମଧ୍ୟରେ ସହଯୋଗ ବଢିବ । ଜୈବ ଉର୍ଜା କ୍ଷେତ୍ରରେ ଉତ୍କୃଷ୍ଟ ଭାବରେ ବାୟୋମାସରୁ ବାୟୋଏନର୍ଜି ଉପାନ୍ତରିତ କରିବାରେ ବ୍ରାଜିଲ ଏକ ଜ୍ୱଳନ୍ତ ଉଦାହରଣ । ଆଜି ହୋଇଥିବା ଏମଓୟୁ ଦ୍ୱାରା ଭାରତ ବ୍ରାଜିଲ ଠାରୁ ବିଭିନ୍ନ ବିଶେଷଜ୍ଞ ମାନଙ୍କ ଦ୍ୱାରା ଏହି କ୍ଷେତ୍ରରେ ପ୍ରଶିକ୍ଷଣ ନେବ । ଯଦ୍ୱାରା ଦେଶରେ ନୂଆ ଇନୋଭେସନ ସୃଷ୍ଟି ହେବ ।


