ସାରା ଦେଶ ପାଳନ କଲା ୭୧ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ :- ରବିବାର ସାରା ଦେଶ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଆରମ୍ଭ ହୋଇଛି । ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ୨୧ଟି ତୋପ ସଲାମୀ ଦିଆଯାଇଥିଲା । ରାଜଧାନୀ ଦିଲ୍ଲୀର ରାଜପଥଠାରେ ମୁଖ୍ୟ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ୟାରେଡ ଅଭିବାଦନ ଗ୍ରହଣ କରିବା ପରେ ପ୍ୟାରେଡ୍ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି । ୭୧ତମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ବ୍ରାଜିଲ୍ ରାଷ୍ଟ୍ରପତି ଜୟେର୍ ବୋଲ୍ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ୬ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉତ୍ସବ ପ୍ୟାରେଡରେ ଅଂଶଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ