ଭାରତ ବନ୍ଦ ର ଯୋଡାରେ ଆଂଶିକ ପ୍ରଭାବ
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରରେ ଚାଷୀ ମାନଙ୍କ ଦ୍ୱାରା ଦିଆଯାଇଥିବା ଭାରତ ବନ୍ଦ ଡାକରା ର ପ୍ରଭାବ ଆଂଶିକ ଦେଖିବାକୁ ମିଳିଛି । ବିଭିନ୍ନ ରାଜନୈତିକ ଦଳ ମାନେ ଏହି ବନ୍ଦ କୁ ସମର୍ଥନ କରିଥିବା ସତ୍ୱେ ମଧ୍ୟ ଯୋଡା ରେ ଏହାର ପ୍ରଭାବ ସେତେ ମାତ୍ରାରେ ପଡି ନଥିଲା । ବାମପନ୍ଥୀ ଶ୍ରମିକ ସଂଗଠନ ମାନେ ଅଂଚଳରେ ନିଷ୍କ୍ରିୟ ଥିବା ବେଳେ କଂଗ୍ରେସ ଦଳ ମଧ୍ୟ ଏଠାରେ ପ୍ରଭାବଶୂନ୍ୟ ଥିଲା । ସହରରେ ଦୋକାନ ବଜାର ସ୍ୱାଭାବିକ ଭାବେ ଖୋଲା ରହିଥିଲା । ଗାଡି ମଟର ଚଳାଚଳ କରୁଥିଲା । ଯଦିଅ, ସୁରକ୍ଷା ଦୃଷ୍ଟିରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ବନ୍ଦ କୁ ସମର୍ଥନ କରୁଥିବା କୌଣସି ରାଜନୈତିକ ଦଳ ପକ୍ଷରୁ ପିକେଟିଂ କିମ୍ବା ରାସ୍ତାରୋକ କରାଯାଇ ନଥିଲା । ଖଣି ବହୁଳ ଅଂଚଳ ଜୁରୁଡି, ବାମେବାରୀ, ଜଜାଙ୍ଗ, ଜରିବାହାଲ ପ୍ରଭୃତି ଅଂଚଳରେ ଖଣି କାର୍ଯ୍ୟ ଓ ଗାଡି ଚଳାଚଳ ସ୍ୱଭାବିକ ଥିଲା । ଯୋଡା ବ୍ଲକ ଅଂଚଳରେ ଭାରତ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିନଥିଲା ।