ଭିଆଇପିଙ୍କ ପାଇଁ ଗୁଜୁରାଟ ସରକାର କିଣିଲେ ୧୯୧ କୋଟି ଟଙ୍କାର ବିମାନ
ଅହମଦାବାଦ୍ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭିଆଇପିମାନଙ୍କୁ ଏକ ବଡ଼ ଓ ଦାମୀ ଉପହାର ଦେଇଛନ୍ତିି । ଉପହାରଟିର ନାମ ବମ୍ବାର୍ଡିୟର ଚ୍ୟାଲେଞ୍ଜର ୬୫୦ବିମାନ ହୋଇଥିବା ବେଳେ ଏହାର ଦାମ୍ ରହିଛି ୧୯୧କୋଟି ଟଙ୍କା । ଯାହାର ଲାଭ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ସମେତ ଅନ୍ୟ ଭିଭିଆଇପିମାନେ ଉଠାଇ ପାରିବେ । ବିମାନର ଦୁଇଟି ଇଞ୍ଜିନ ଥିବା ବେଳେ ବସିବା ପାଇଁ ୧୨ଟି ସିଟ୍ ରହିଛି । ଯାହା ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଗୁଜୁରାଟରେ ପହଞ୍ଚିବ ବାଲି ଜଣା ପଡ଼ିଛି । ଏହାକୁ କିଣିବାର ପ୍ରକ୍ରିୟା ୫ବର୍ଷ ପୂର୍ବେ ଆରମ୍ଭ ହାଇଥିବା ସାମ୍ନାକୁ ଆସିଛି ।
ମିିଳିଥିବା ସୂଚନା ମୁତାବକ, ଗୁଜୁରାଟ ସରକାରଙ୍କ ଦ୍ୱାରା କିଣା ଯାଇଥିବା ନୂଆ ବିମାନ ଏକା ସାଙ୍ଗରେ ୭,୦୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ାଣ ଭରି ପାରିବ । ଯାହା ବର୍ତ୍ତମାନର ବିଚ୍ କ୍ରାଫ୍ଟ ସୁପର କିଙ୍ଗ୍ ବିମାନ ତୁଳନାରେ ବହୁତ ଅଧିକ । ଏହି ନୂଆ ବିମାନଟି ଘଣ୍ଟା ପ୍ରତି ୮୭୦କିଲାମିଟର ପର୍ଯ୍ୟନ୍ତ ଉଡ଼ି ପାରିବ । ଗୁଜୁରାଟ ସରକାରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବିଚ୍ କ୍ରାଫ୍ଟ ସୁପର କିଙ୍ଗରେ ଅହମଦାବାଦରୁ ଗୌହାଟୀ ପହଞ୍ଚିବା ପାଇଁ ୫ଘଣ୍ଟାର ସମୟ ଲାଗିଥାଏ । କିନ୍ତୁ ଏହି ନୂଆ ବମ୍ବାର୍ଡିୟର ଚ୍ୟାଲେଞ୍ଜର ୬୫୦ରେ ୧ଘଣ୍ଟା ୪୦ସେକେଣ୍ଡର ସମୟ ଲାଗିବ । ବିଚ୍ କ୍ରାଫ୍ଟ ସୁପରକିଙ୍ଗରେ ମାତ୍ର ୯ଜଣ ଯାତ୍ରା କରି ପାରୁଥିବା ବେଳେ ବମ୍ବାର୍ଡିୟର ଚ୍ୟାଲେଞ୍ଜର ୬୫୦ରେ ୧୨ଜଣ ଯାତ୍ରା କରି ପାରିବେ । ବିଚ୍ କ୍ରାଫ୍ଟ ସୁପରକିଙ୍ଗର ବ୍ୟବହାର ଗତ ୨୦ବର୍ଷ ହେଲାଣି ଗୁଜୁରାଟର ଭିଭିଆଇପିମାନେ ବ୍ୟବହାର କରି ଆସୁଥିବା ବେଳେ ଏବେ ସେମାନେ ବମ୍ବାର୍ଡିୟର ଚ୍ୟାଲେଞ୍ଜର ୬୫୦ର ଲାଭ ଉଠାଇବେ ।


