ପ୍ୟାରିସ ଜଳବାୟୁ ଚୁକ୍ତି “ଅପରିବର୍ତ୍ତିତ

ବେଜିଂ: ପ୍ୟାରିସ ଜଳବାୟୁ ଚୁକ୍ତି “ଅପରିବର୍ତ୍ତିତ’ । ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପ୍ୟାରିସ ଜଳବାୟୁ ଚୁକ୍ତିରେ ଏକାଠି ରହିବା ପାଇଁ ଅନ୍ୟ ଦେଶମାନଙ୍କୁ ଆହ୍ୱାନ କରିଛନ୍ତି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା ଏହି ଚୁକ୍ତିରୁ ଔପଚାରିକ ଭାବରେ ସୋମବାର ଓହରି ଯାଇଛି । ଏହାପରେ ଏହି ଚୁକ୍ତି “ଅପରିବର୍ତ୍ତିତ’ ବୋଲି ଘୋଷାଣା କରିଛନ୍ତି ପ୍ୟାରିସ ଜଳବାୟୁ ଚୁକ୍ତିରେ ସାମିଲ ଥିବା ଦେଶ ଫ୍ରାନ୍ସ ଏବଂ ଚୀନ୍ ।
ତେବେ ଏହି ଚୁକ୍ତିରେ ଆଗାମୀ ଦିନରେ କୌଣସି ପରିବର୍ତ୍ତନ ହେବ ନାହିଁ ବାଲି ସେ କହିଛନ୍ତି । ଆମେରିକା ଭଳି ଦେଶ ଏହି ଚୁକ୍ତିରୁ ଓହରି ଯିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ୟାରିସ ଜଳବାୟୁ ଚୁକ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଦେଶ ମଧ୍ୟରୁ ଏହି ଦୁଇ ଦେଶ । ସୂଚନାଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ପ୍ୟାରିସ ଜଳବାୟୁ ଚୁକ୍ତି ହୋଇଥିଲା । ୨୦୧୬ରେ ୧୮୭ଟି ଦେଶ ଏକାଠି ହାଇ ପ୍ୟାରିସ ଜଳବାୟୁ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଯେଉଁଥିରେ ଭାରତ ମଧ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ