ଭିକାରୀପଲ୍ଲୀ , ଲଣ୍ଡାବାଉଁଶ ଓ ସାମିଆପଲ୍ଲୀ ଶାଖାର ମିଳିତ ସମ୍ମିଳନୀ
ଛତ୍ରପୁର, (ଦେବଦତ୍ତ ମହାରଣା):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଭିକାରିପଲ୍ଲୀ, ଲଣ୍ଡାବାଉଁଶ ଓ ସାମିଆପଲ୍ଲୀ ଶାଖାର ମିଳିତ ସମ୍ମିଳନୀ ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି ଙ୍କ ସଭାପତିତ୍ୱରେ ପାଟପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭିକାରିପଲ୍ଲୀ ପଂଚାୟତର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର , ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ .ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ.ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ଭିକାରୀପଲ୍ଲୀ ସରପଞ୍ଚ ମମତା ସୁବୁଦ୍ଧି, ସମିତିସଭ୍ୟା ଏନ୍. କାନ୍ତାମା ପାତ୍ର, ନାଏବ ସରପଂଚ ନାଗେଶ୍ୱର ପାତ୍ର ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ , ଯୁବନେତା କାମଦେବ ନାହାକ, ଆଦିକନ୍ଦ ପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣା ନୀତି ବିରୁଦ୍ଧରେ କଡା ସମାଲୋଚନା କରିବା ସହିତ ଦଳୀୟ ସଂଗଠନକୁ ଆଗାମୀ ଦିନରେ କିପରୀ ମଜବୁତ କରାଯିବ ସେଥି ନିମନ୍ତେ ସମସ୍ତେ ସଂକଳ୍ପ ନେଇଥିଲେ । ପ୍ରାରମ୍ଭ ରେ ଦଳୀୟ ପତାକା ବରିଷ୍ଠ କମ୍ୟୁନିଷ୍ଟ ନେତା ସିକର ମହାପାତ୍ର ଉତ୍ତୋଳନ କରିଥିବା ବେଳେ ସମ୍ମିଳନୀ କୁ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଉଦଘାଟନ କରିଥିଲେ । ଚମାଖଣ୍ଡି ସହ-ସମ୍ପାଦକ ଏନ୍. ଗିରିଜା ପ୍ରସାଦ ରେଡ୍ଡୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶେଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭିକାରିପଲ୍ଲୀ ଶାଖାର ସମ୍ପାଦକ ଭାବେ ସୁଦର୍ଶନ ଗୌଡ ଓ ସହ-ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର୍ର ପାତ୍ର ଓ ଯୋଗେନ୍ଦ୍ର ସାହୁ ଙ୍କୁ ସର୍ବ ସମ୍ମତ୍ତି କ୍ରମେ ନିର୍ବାଚିତ କରାଯାଇଥିଲା । ସେହିପରି ଲଣ୍ଡାବାଉଁଶ ଶାଖାର ସମ୍ପାଦକ ଭାବେ ରବୀନ୍ଦ୍ର ମହାପାତ୍ର, ସହ ସମ୍ପାଦକ ଭାବେ ଆଦିକନ୍ଦ ପାତ୍ର ଓ ଭଞ୍ଜ ନାହାକଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ସାମିଆପଲ୍ଲୀ ଶାଖା ସମ୍ପାଦକ ଭାବେ ଉଲ୍ଲାସ ପ୍ରଧାନ ଓ ସହ ସମ୍ପାଦକ ଭାବେ ଚୈତନ୍ୟ ପ୍ରଧାନଙ୍କୁ ଚୟନ କରାଯାଇଛି । ଶେଷରେ ଭିକାରୀପଲ୍ଲୀ ସରପଞ୍ଚ ମମତା ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।


