ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ସନସିଡ୍ ଆଗ୍ରୋ ଲିମିଟେଡର ମିଳିତ ସହଯୋଗରେ ଆସନ୍ତା ୧୮ ତାରିଖରେ ଏହି ନିଯୁକ୍ତି ମେଳା ଆୟୋଜିତ ହେବ। ଦିବ୍ୟାଙ୍ଗ ଏବଂ ସାଧାରଣ ବର୍ଗର ନିଯୁକ୍ତି ଆଶାୟୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ପ୍ରଡକ୍ଟ ମାର୍କେଟିଂ, ସେଲ୍ସ ଓ ସୁପରିଭିଜନ କ୍ଷେତ୍ରରେ ଖାଲିଥିବା ୧୫୫ଟି ପଦବୀ ପାଇଁ ଏହି ନିଯୁକ୍ତି ମେଳା ଆୟୋଜନ କରାଯିବ । ୨୧ରୁ ୩୩ ବର୍ଷ ବୟସ ମଧ୍ୟରେ ପ୍ରାର୍ଥୀ ଏଥିରେ ଅଂଶଗ୍ରହଣ କରିପାରିବେ। ଆଶାୟୀ ପ୍ରାର୍ଥୀମାନଙ୍କୁ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ, ପାସପୋର୍ଟ ସାଇଜର ଫଟୋ, ଦିବ୍ୟାଙ୍ଗ ପ୍ରମାଣପତ୍ର (ଦିବ୍ୟାଙ୍ଗ ହୋଇଥିଲେ) ଏବଂ ବାୟୋଡାଟା ସହିତ ଏହି ମେଳାରେ ଭାଗ ନେବା ଲାଗି ଅନୁରୋଧ କରାଯାଉଛି। ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୨ଟା ମଧ୍ୟରେ ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ପ୍ଲଟ ନମ୍ବର-୧,୨,୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର (ମଧୁସୂଦନ ଦାସ ପାର୍କ ସମ୍ମୁଖ) ଠିକଣାରେ ପହଞ୍ଚି ପ୍ରାର୍ଥୀମାନେ ଏହି ମେଳାରେ ଭାଗ ନେଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ