ଭିନ୍ନକ୍ଷମ ତିଆରି କରୁଛନ୍ତି ଭବିଷ୍ୟତ ନାଗରିକ

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବଡ ପଙ୍କଳବାଡ଼ି ଗ୍ରାମର ଭିନ୍ନକ୍ଷମ ଝିଅ ମାମତା ପାଢ଼ୀ ନିଜର ଇଚ୍ଛା ଶକ୍ତି ବଳରେ ଛୋଟ ପିଲାମାଙ୍କୁ ଶିକ୍ଷାଦାନ କରି ଆଗାମୀ ପିଢ଼ିପାଇଁ ତିଆରି କରୁଛନ୍ତି ଉତ୍ତମ ନାଗରିକ। ଜନ୍ମରୁ ଶାରୀରିକ ଭିନ୍ନକ୍ଷମ ଥିବା ସାଧାରଣ ଝିଅଟି ଅସାଧାରଣ ବକ୍ତିତ୍ବର ପରିଚୟ ଦେଇ ନିଜେ ସ୍ୱାବଲମ୍ବୀ ହେବା ସହ ଆଗାମୀ ପିଢିକୁ ମଧ୍ୟ ସ୍ୱାବଲମ୍ବୀ କରିବା ପାଇଁ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷାଦାନ କରି ପାଠ ପଢାଉ ଥିବା ଦେଖିବାକୁ ମିଳିଛି। ନିଜର ମମତା ନାମକୁ ସାର୍ଥକ କରିବା ପାଇଁ ନିଜର ମମତା ଡୋରି ବାନ୍ଧିଛନ୍ତି କୁନି ଶିଶୁମାନଙ୍କ ମଧ୍ୟରେ। ଶାରୀରିକ ଅକ୍ଷମତା ଯୋଗୁଁ ଛୋଟ ବୟସରୁ ହିଁ ମାନସିକ ସ୍ତରରେ ବହୁ ବାଧାବିଘ୍ନ ସାମ୍ନା କରି ଆସୁଥିଲେ ମମତା । ପରିବାର ଆର୍ଥିକ ଅବସ୍ଥା ସ୍ବଛଳ ନଥିବା ବେଳେ ସେ ମାଟ୍ରିକ୍ ପର୍ଯ୍ୟନ୍ତ ପଢ଼ିବାରେ ସୁଯୋଗ ପାଇଛନ୍ତି। ଜୀବନର ୩୫ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଶାରୀରିକ ଭିନ୍ନକ୍ଷମ ଯୋଗୁଁ ଏକାକି ଜୀବନ କାଟୁଛନ୍ତି ମମତା। ଛୋଟ ଛୋଟ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଆଶାବାଡି ସାହାଯ୍ୟରେ ଘରକୁ ଘର ଯାଇ ପିଲାଙ୍କୁ ଶିକ୍ଷାଦାନ କରିବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଭିନ୍ନକ୍ଷମ ଭତ୍ତା ବାବଦକୁ ୭ ଶହ ଟଙ୍କା ମିଳୁଥିବା ବେଳେ ଶେଷ ସମୟରେ ନିଜ ଆଶ୍ରୟ ନିମନ୍ତେ ସରକାରୀ ଯୋଜନାରେ ଏକ ପକ୍କା ଘର ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ମିଳିନଥିବା ବେଳେ ବିଡ଼ିଓ ଶମ୍ଭୁନାଥ ନନ୍ଦୀ ତୁରନ୍ତ ଘର ଯୋଗାଇ ଦୋବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ