ଚାଷ ଜମିରୁ ହେଟାବାଘର ମୃତଦେହ ଉଦ୍ଧାର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଦାରୁଭଦ୍ରା ଗ୍ରାମ ନିକଟସ୍ଥ ଏକ ଚାଷ ଜମି ମଧ୍ୟରୁ ଏକ କ୍ଷତବିକ୍ଷତ ହେଟାବାଘକୁ ବନ ବିଭାଗୀୟ କର୍ମଚାରୀ ମାନେ ଉଦ୍ଧାର କରିଛନ୍ତି । ଶୁକ୍ରବାର ସକାଳ ପ୍ରାୟ ୯ଘଂଟା ସମୟରେ ଦାରୁଭଦ୍ରା ଗ୍ରାମ ନିକଟସ୍ଥ ଏକ ଚାଷ ଜମିରେ ହେଟାବାଘର ଗର୍ଜନ ଶୁଣିବାକୁ ମିଳିଥିଲା । ଗ୍ରାମରେ ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳକୁ ଗ୍ରାମବାସୀଙ୍କ ସୁଅ ଛୁଟିଥିଲା । ଆଂଚଳିକ ବିକାଶ ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝି ଓ ସଦସ୍ୟ ଧର୍ମରାଜ ପାତ୍ର ଘଟଣା ନେଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କୁ ଖବର ଜଣାଇଥିଲେ । ଶ୍ରୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ବନ ବିଭାଗୀୟ ରେଞ୍ଜର ଦିଲ୍ଲିପ କୁମାର ମାର୍ଥା , ହିଞ୍ଜିଳିକାଟୁ ବିଟ୍ ହାଉସ ଭାରପ୍ରାପ୍ତ ଅଧିକାରୀ ଏନ. ବାଲାଜୀ ଓ କର୍ମଚାରୀ ମାନେ ଘଟଣା ସ୍ଥଳରେ ପଂହଚି କ୍ଷତବିକ୍ଷତ ହେଟାବାଘକୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ପ୍ରାଣୀ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଲମ୍ବୋଦର ମହାପାତ୍ର ହେଟାବାଘକୁ ମୃତ ଘୋଷଣା କରିଥିଲେ । ବ୍ୟବଛେଦ ପରେ ହେଟାବାଘକୁ ପୋତିଦିଆଯାଇଥଇବା ସ୍ଥାନୀୟ ବିଟ୍ ହାଉସ ଭାରପ୍ରାପ୍ତ ଅଧିକାରୀ ଏନ. ବାଲାଜୀ କହିଛନ୍ତି । ହେଟାବାଘର ଶରୀରର ବିଭିନ୍ନ ସ୍ଥାନରେ ଭଗୀର କ୍ଷତ ରହିଥିବା ବେଳେ କୌଣସି ଗାଡ଼ି ଧକ୍କା ଦେଇଥଇବା ଅନୁମାନ କରାଯାଉଛି ।


