ଭୂସ୍ୱର୍ଗ କାଶ୍ମୀରରୁ ଉଠିବ ଧାରା ୩୭୦!

(ଯୁଗାବ୍ଦ ନ୍ୟୁଜ )ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜି କାଶ୍ମୀର ବିଷୟରେ ଆଜି ଐତିହାସିକ ପଦକ୍ଷପ ନେଇଛନ୍ତି । କାଶ୍ମୀର କୁ ଦିଆଯାଉଥିବା ଧାରା ୩୭୦-କ କୁ ଉଚ୍ଚେଦ କରାଯିବ । ଏହି ବିଷୟରେ ରାଜ୍ୟସଭା ରେ ପ୍ରସ୍ଥାବ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହା । ଜାମ୍ମୁ ଓକାଶ୍ମୀର ପୁର୍ନଃଗଠନ ପାଇଁ ସଂସଦରେ ପ୍ରସ୍ଥାବ ଦେଇଛନ୍ତି ଗୃହମନ୍ତ୍ରୀ । ଆଜି ପ୍ରଧାନମନ୍ତ୍ରୀ ବାସଭବନରେ କେନ୍ଦ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଜର ବିବୃତ୍ତି ରଖି ଅମିତ କହିଛନ୍ତି କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ରତା ପାଇଁ ରାଷ୍ଟ୍ରପତି ଙ୍କ ଦ୍ୱାରା ଲାଗୁ କରାଯାଇଥିବା ୩୭୦ ଉଚ୍ଚେଦ କରିବା ପାଇଁ ସଂକଲ୍ପ ଉପସ୍ଥାପନା କରିଛନ୍ତି । ଧାରା ୩୭୦ ଅଧିନରେ ଆସୁଥିବା ଖଣ୍ଡ ୧ କୁ ବାଦ ଦେଲେ ଅନ୍ୟସମସ୍ତ ଅନୁଚ୍ଚେଦ କୁ ହଟାଇବାକୁ ପ୍ରସ୍ଥାବ ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଧାରା ୩୭୦ କାମ୍ମୁ କାଶ୍ମୀରରେ ଲାଗୁ ହେବ । ଅନ୍ୟପଟେ ଜାମ୍ମୁ କାଶ୍ମୀର ପୁର୍ନଃ ଗଠନ ପାଇଁ ନୂତନା ପ୍ରସ୍ଥାବ ଆଗତ କରିଛନ୍ତି । ଜାମ୍ମୁ ଓ କାଶ୍ମୀରରୁ ଲଦାଖ କୁ ଅଲାଗା କରିଛନ୍ତି କେନ୍ଦ୍ରସରକାର । ଜାମ୍ମ ଓ କାଶ୍ମୀର କୁ କେନ୍ଦ୍ର ଶାସିତ ଅଞ୍ଚଳ ରେ ପରିଣତ ହେବ ଏଥି ସହିତ ସେଠି ବିଧାନସଳ ରେ ପରିଣତ ହେବ ଏଥି ସହିତ ସେଠି ବିଧାନସଭା ମଧ୍ୟ ରହିବ , କିନ୍ତୁ ଲଦାଖ ରେ କେନ୍ଦ୍ରଶାସିତ ଅଞ୍ଚଳ ରହିବା ସହିତ ବିଧାନସଭା ରହିବ ନାହିଁ । ଅମିତ ଙ୍କ ବୟାନ ପରେ ଦୀର୍ଘ ଦିନ ଧରି ଲଦାଖବାସୀ ଦାବି ପୂରଣ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ