ମଇଁଷିକୁ ଉଦ୍ଧାରକଲେ ସ୍ୱେଚ୍ଛାସେବୀ ଓ ଅଗ୍ନିଶ୍ରମ ବିଭାଗ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଜାତୀୟ ରାଜପଥ (୧୬)ର ସାତ ଭଉଣୀ ମନ୍ଦିର ପାର୍ଶ୍ବରେ ଏକ ପରିତ୍ୟକ୍ତ କାଦୁଆ, ପଙ୍କ ଓ ପାଣି ଭର୍ତ୍ତି ଖାଲ ସ୍ଥାନରେ ଦୁଇ ଦିନ ଧରି ଫସିରହିଥିବା ଗର୍ଭବତୀ ମଇଁଷିକୁ ଉଦ୍ଧାର କରିଛନ୍ତି ସ୍ୱେଚ୍ଛାସେବୀ ମାନେ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ସହାୟତାରେ।ଏକ ଗର୍ଭବତୀ ମଇଁଷି ଦୁଇଦିନଧରି ଫସିରହି ନଖାଇ , ନପିଇ ଛଟପଟ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ସ୍ୱେଚ୍ଛାସେବୀ ଦୁର୍ଗା ମାଧବ ପାଣିଗ୍ରାହୀ । ପରେ ଗୋସେବକ ସ୍ୱେଚ୍ଛାସେବୀ ସୋନୁ ମହାପାତ୍ର ଓ ପପୁ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ। ପରେ ଅଗ୍ନିଶ୍ରମ ବିଭାଗ ସ୍ୱେଚ୍ଛାସେବୀଙ୍କ ସହାୟତାରେ ପଙ୍କକାଦୁଅରେ ପଶି ଦୀର୍ଘସମୟ ପରିଶ୍ରମ କରି ମଇଁଷିକୁ ଉଦ୍ଧାର କରି ମାଲିକକୁ ହସ୍ତାନ୍ତର କରିଥିଲେ।


