ମତଦାନ ଜାରି

ଓଡ଼ିଶାର ୪ଟି ଲୋକସଭା ଆସନର ବିଭିନ୍ନ ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। ଦିନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ ହୋଇଛି। କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଘଟି ନଥିବା ଖବର ଆସିଛି। ଯେଉଁଠି ଭୋଟରମାନେ ଭୋଟ ବର୍ଜନ କରିଛନ୍ତି ସେମାନଙ୍କ ସହ ଆମ ଅଧିକାରୀମାନେ ଆଲୋଚନା ଚଳାଇଛନ୍ତି”, କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ସୁରେନ୍ଦ୍ର କୁମାର ଆହୁରି କହିଛନ୍ତି, ”ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଭୋର ସାଢ଼େ ୫ଟାରୁ ମକ୍ ପୋଲ୍ ଆରମ୍ଭ ହୋଇଥିଲା। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିଲା। ଲୋକେ ଧାଡ଼ିରେ ଆସି ମତଦାନ କରୁଛନ୍ତି। କିଛି ସ୍ଥାନରେ ଇଭିଏମ୍ ଏବଂ ଭିଭିପାଟ୍ ମେସିନ ଅଚଳ ହୋଇଥିବା ଖବର ଆସିଥିଲା। ଆମ ସେକ୍ଟର ଅଫିସରମାନେ ପହଞ୍ଚି ମେସିନ ସଚଳ କରିଛନ୍ତି।”

ମାଓ ଅଧ୍ୟୁଷିତ ଅଞ୍ଚଳରେ ୪ଟା ଯାଏଁ ଭୋଟ ଚାଲିବ। ଯେଉଁମାନେ ଧାଡ଼ିରେ ଥିବେ ସେମାନେ ହିଁ ଭୋଟ ଦେବେ। ଯେଉଁମାନେ ୪ଟା ପରେ ବୁଥକୁ ଆସିବେ ସେମାନେ ଭୋଟ ଦେଇ ପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ