ମତାବାଜ ଗ୍ରାମର ଯୁବକଙ୍କ ସନ୍ଦେହ ଜନକ ମୃତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମତାବାଜ ଗ୍ରାମର ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତୁ୍ୟ ଘଟିଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର କାଳିଆ ବେହେରାଙ୍କ ଏକମାତ୍ର ପୁଅ ସତ୍ୟବ୍ରତ ବେହେରା (୨୦) ଗତ କିଛିମାସ ହେଲା କଟକରେ ରହି ଆସୁଥିଲା । ଗତକାଲି ରାତିରେ ତାର ମୃତଦେହ ନିକଟସ୍ଥ ଟ୍ରେନ ଲାଇନ କଡରୁ ମିଳିଥିଲା । ଏନେଇ ପରିବାର ଲୋକମାନେ କଟକ ଯାଇ ଶବ ଚିହ୍ନଟ କରିଥିଲେ । ସେ ଅନଲାଇନ ମାଧ୍ୟମରେ ଟ୍ରେଡିଂରେ କିଛି ଅର୍ଥ ବିନିଯୋଗ କରି ମାନସିକ ଚାପରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଥିବାବେଳେ ପରିବାର ଲୋକେ ତାହାକୁ ବିଶ୍ୱାଷ କରୁ ନାହାନ୍ତି । ପୁଲିସ ଶବକୁ ଜବଦ କରିବାପରେ ବ୍ୟବଚ୍ଛେଦ କରାଇ ପରିବାରକୁ ଶବ ହସ୍ତନ୍ତର କରି ତଦନ୍ତ ଚଳାଇଛି । ସତ୍ୟବ୍ରତଙ୍କ ମୃତ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


