ମଧୁମେହ ରୋଗୀଙ୍କ ପାଇଁ ନିଶୁକ୍ଳ ରକ୍ତ ଶର୍କରା ଶିବିର
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଶିବ କୁମାର ରିଡିଂ ରୁମ୍ ପରିସରରେ ଶନିବାର ସମରଝୋଳସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ମଧୁମେହ ରୋଗୀଙ୍କ ପାଇଁ ନିଶୁକ୍ଳ ରେଟିନା ପରୀକ୍ଷା ଏବଂ ରକ୍ତ ଶର୍କରା ଶିବିର ଅନୁଷ୍ଠିତ ହୋଇଯାଇଛି । ଶଙ୍କର ନେତ୍ରାଳୟର ଟ୍ରଷ୍ଟି ଏସ୍.ବିଶ୍ୱନାଥ, ସିଇଓ ଅରବିନ୍ଦ ମହାନ୍ତି, ଆଇନପରାମର୍ଶଦାତା ବି.ଶ୍ରୀନିବାସ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଏ.ରାବଣା ରାଓ, ସୟଦ ମୁକ୍ତାର, ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଉଦ୍ଘାଟନ କରିଥିଲେ । ଏବେ ସମାଜରେ ମଧୁମେହ ତଥା ଡାଏବେଟିସ୍ ଏକ ଗୁରୁତ୍ୱର ସମସ୍ୟା ରୂପେ ଦେଖାଦେଇଛି । ଏହାଦ୍ୱାରା ହାର୍ଟ,କିଡନି, ସ୍ନାୟୁ ତଥା ଚକ୍ଷୁ ଲକ୍ଷଣ ବିହିନ ସମସ୍ୟା ଦେଖାଦିଏ । ମଧୁମେହ ରୋଗର ଉପଯୁକ୍ତ ଚିକିତ୍ସା ନ ହେଲେ ଚକ୍ଷୁରେ ଡାଏବେଟିକ୍ ରେଟିନୋପାଥି ଆରମ୍ଭ ହୋଇ ଚକ୍ଷୁକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଥାଏ । ଏହାକୁ ଦୃଷ୍ଟିରେ ରଖି ଆଜି ଅନୁଷ୍ଠିତ ଶିବିରରେ ଡାକ୍ତର ରାଘବେନ୍ଦର ରେଡ୍ଡୀ, ଡାକ୍ତକ କଲ୍ୟାଣ କୁମାର ଅଭିଜ୍ଞ ବିଶେଷଜ୍ଞ ଏବଂ ସିନିୟର ଅପରେସନ୍ ବି.ପି.ସାମଲ, ଅପରେସନ୍ ମ୍ୟାନଜର ବିଶ୍ୱଜିତ୍ ଦେହୁରୀ, କ୍ୟାମ୍ପ ମ୍ୟାନଜର ନଳନୀକାନ୍ତ ରାଉତ, ଭାନୁପ୍ରିୟା ରେଡ୍ଡୀ ପ୍ରମୁଖଙ୍କ ଦ୍ୱାରା ରକ୍ତ ଶର୍କରା ପରୀକ୍ଷା ଏବଂ ଚକ୍ଷୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ପରୀକ୍ଷା ସହିତ ସଚେତନତା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା । ଶିବିରରେ ସମୁଦାୟ ୧୨୧ ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇଥିଲା ।


