ମନ୍ତ୍ରୀଙ୍କ ସହଯୋଗରେ ସୁରାଟରେ ହେଲା ଶବ ସଂସ୍କାର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଅରକ୍ଷିତ ସାହୁଙ୍କ ପୁତ୍ର ପାଣ୍ଡବ ସାହୁ (୪୫) ସୁରାଟରେ ଉଦନା ଛଅ ନମ୍ବର ଗଳିରେ ପରିବାର ସହ ରହୁଥିଲେ। ପାଣ୍ଡବଙ୍କ ସ୍ଵାସ୍ଥ୍ୟ ଅବସ୍ଥା ହଠାତ ବିଗିଡି ଯିବାରୁ ସୁରତ ସିଭିଲ୍ ମେଡିକାଲରେ ପାଞ୍ଚ ଦିନ ପୂର୍ବେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ନଭେମ୍ବର ୨୮ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ପାଣ୍ଡବଙ୍କ ମୃତ୍ୟୁ ହୋଇଥିଲା। ଚିକିତ୍ସାରେ ସମସ୍ତ ଅର୍ଥ ଶେଷ ହୋଇଥିବା ବେଳେ ଶବ ସଂସ୍କାର କରିବା ଓ ଗ୍ରାମକୁ ଆସିବ ପାଇଁ ପାଣ୍ଡବଙ୍କ ଧର୍ମପତ୍ନୀଙ୍କ ପାଖରେ ଅର୍ଥ ନଥିବା ଯୋଗୁ ଶବ ସଂସ୍କାର ମଧ୍ୟ ହୋଇ ପାରିନଥିଲା। ପାଣ୍ଡବ ଯେଉଁ କାରଖାନାରେ କାମ କରୁଥିଲେ ସେହି ମାଲିକ କୌଣସି ଗୁହାରୀ ଶୁଣିନଥିଲେ। ଘଟଣା ଜାଣିବା ପରେ ପୋଲସରା ବିଧାୟକ ତଥା ଓଡ଼ିଶା ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସୁରତର ବେଡ଼ ରୋଡ ଅଞ୍ଚଳର ସମାଜସେବୀ ବିମ୍ବାଧର ସମୁଦ୍ର ଓ ଜୟନ୍ତ ଗନ୍ତାୟତଙ୍କୁ ମୃତକଙ୍କ ପରିବାର ନିକଟକୁ ପଠାଇ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ନଭେମ୍ବର ୨୯ ତାରିଖ ଦିନ ଦିନ ଶବ ସଂସ୍କାର କରିବା ପରେ ଗ୍ରାମକୁ ଆସିବାର ବ୍ୟବସ୍ଥା କରାଇଲେଥିଲେ। ଏହି ମହତ କାର୍ଯ୍ୟ ପାଇଁ ସୁରାଟର ବହୁ ପ୍ରବାସୀ ଓଡ଼ିଆମାନେ ମାନ୍ୟବର ଶ୍ରମ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ