ମରଚାଇପଦା ଗ୍ରାମରେ ପତିତପାବନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଟଡ଼ିହି ବ୍ଲକ ସୋସୋ ପଞ୍ଚାୟତ ମରଚାଇପଦା ଗ୍ରାମରେ ନବ ନିର୍ମିତ ପତିତପାବନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଆଜି ସକାଳେ ଶୁଭାଦିବାସ କରାଯିବା ପରେ ସାଳନ୍ଦୀ ନଦୀରୁ ଘଟ ଉତ୍ତୋଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପଣ୍ଡିତ ବାଇଧର ପାଢ଼ୀ, ଵିଷ୍ଣୁ ମୋହନ ପାଣିଗ୍ରାହୀ, ବସନ୍ତ କୁମାର ପତି, ବଳରାମ ଶତପଥୀ, କାର୍ତ୍ତିକ ଶତପଥୀ, ଅମରେଶ ନନ୍ଦ, ପ୍ରସନ୍ନଜିତ ପଣ୍ଡାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ହରମୋହନ ପଣ୍ଡା ଓ ସୁବାସିନୀ ପଣ୍ଡା ମୁଖ୍ୟକର୍ତା ଭାବେ ସାମିଲ ହୋଇଛନ୍ତି। ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଶରତ କୁମାର ରାଉତ ଙ୍କ ସଭାପତିତ୍ବ ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ମୁଖ୍ୟବକ୍ତା ଭାବେ ଡ଼. ରାମଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ହାତଡ଼ିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ସୁନନ୍ଦାରଣୀ ସ୍ୱାଇଁ, ନାରାୟଣ ଚନ୍ଦ୍ର ଲେଙ୍କା, ଆନନ୍ଦ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଉପରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କୁନି କୁନି ପ୍ରତିଭା ମାନଙ୍କ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବା ସହ ଏ ଅଞ୍ଚଳର ଦୀନବନ୍ଧୁ ପହି, ରମେଶ ଚନ୍ଦ୍ର ମହାନ୍ତି, ସନାତନ ମହାପାତ୍ର, ଚତୁର୍ଭୁଜ ପହି, ରତ୍ନାକର ଦାସ, ହେମନ୍ତ କୁମାର ସିଂ, ନକୁଳ ଚରଣ ରାଉତ, ଅଲେଖ ଚନ୍ଦ୍ର ବେହେରା, ପ୍ରଦୀପ କୁମାର ନାୟକ, ଶରତ କୁମାର ରାଉତ ପ୍ରମୁଖ ସାହିତ୍ୟିକ, ଶିକ୍ଷାବିତ ଓ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ରାତିରେ କୁନି ପ୍ରବଚକ କେଶବ ଦାସ ଦ୍ବିତୀକୃଷ୍ଣ ଙ୍କ ଦ୍ଵାରା ଜଗନ୍ନାଥ କଥାମୃତ ପରିବେଷଣ କରାଯାଇଥିଲା। ଶିକ୍ଷାବିତ ହରମୋହନ ପଣ୍ଡାଙ୍କ ଉଦ୍ୟମରେ ଓ ଓ ମରଚାଇପଦା, କାନପୁର, ନିଉଦାନି ପ୍ରଭୃତି ଗ୍ରାମବାସୀଙ୍କ ସହଯୋଗ ରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ୩ଦିନ ଧରି ପ୍ରତିଷ୍ଠା ଉତ୍ସବ ଚାଲୁ ରହିବ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ