ମରଣଯନ୍ତା କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ମରଣ ଯନ୍ତା ରୂପେ ପରିଚିତ କଳିଙ୍ଗା ଘାଟିରେ ଦୁର୍ଘଟଣା କମିବାର ନାମ ଧରୁନି। ଗଲା କିଛି ଦିନ ଧରି ଗଂଜାମ-କନ୍ଧମାଳ ସୀମାନ୍ତ ରେ ଥିବା ଏହି ଘାଟିରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟିଚାଲିଛି। ଆଜି ମଧ୍ୟାହ୍ନ ସମୟରେ ଏକ ଖଲି ବୋଝେଇ ଟ୍ରକ ମୁନିଗୁଡ଼ା ରୁ ଖଲ୍ଲିକୋଟ ଯାଉଥିବା ସମୟରେ ଗଂଜାମ – କନ୍ଧମାଳ ସୀମାନ୍ତ ଅନ୍ଧରକୋଟ ନିକଟରେ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ଟ୍ରକ ଟି ଘାଟି ତଳକୁ ଓହ୍ଲାଉଥିବା ବେଳେ ଅନ୍ଧରକୋଟ ନିକଟରେ ଟ୍ରକର ବ୍ରେକ ଫେଲ ହେବାରୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇ ବସିଥିଲେ । ଫଳରେ ଟ୍ରକଟି ରାସ୍ତା କଡରେ ଥିବା ଏକ କଲଭଟ ତଳକୁ ଖସି ଯାଇଥିଲା । ଦୁର୍ଘଟଣାରେ ଉଭୟ ଡ୍ରାଇଭର ଓ ହେଲ୍ପର ଆହତ ହୋଇ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି


