ମରାମତି ଅଭାବରୁ ମରଣଯନ୍ତା ପାଲଟିଛି ଗଣିଜାଙ୍ଗ-ନାରାୟଣପୁର ରାସ୍ତା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅନ୍ତର୍ଗତ ଗଣିଜାଙ୍ଗ-ନାରାୟଣପୁର ଭାୟା କନ୍ତିଆ ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି । ବିଶେଷକରି ଗଣିଜାଙ୍ଗ ଦାସସାହି ଏ.ଏନ୍‌.ଏମ୍‌.ସେଣ୍ଟର ଛକ ଠାରୁ ନାରାୟଣପୁର ଛକ ପର୍ଯ୍ୟନ୍ତ ପ୍ରାୟ ୩କିମି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଗତ ୫ ବର୍ଷ ପୂର୍ବେ ଏହି ରାସ୍ତା ମରାମତି ହୋଇଥିଲା । ନିମ୍ନମାନର କାର୍ଯ୍ୟ ଯୋଗୁ ପିଚୁ ଉଠି ଯିବା ଫଳରେ ରାସ୍ତା ସାରା ଖାଲ ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷାରେ ଖାଲରେ ପାଣି ଜମି ରହିବା ଫଳରେ ଯାତାୟତ ସମସ୍ୟା ଦେଖାଯାଇଛି । ଗଣିଜାଙ୍ଗ ବଜାର ଠାରୁ ଦାସସାହି ଏ.ଏନ୍‌.ଏମ୍ ସେଣ୍ଟର ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତା ଗତ ୩ ମାସ ତଳେ କାର୍ଯ୍ୟ ହୋଇଥିବା ବେଳେ ଆଗକୁ ଥିବା ୩ କିମି ରାସ୍ତା କାମ ହୋଇନାହିଁ । ଏହି ରାସ୍ତା ଉପରେ ଗଣିଜାଙ୍ଗ ପଞ୍ଚାୟତର କନ୍ତିଆ, ରୁପୁଡି, ନାରାୟଣପୁର ସମେତ ରାମକୃଷ୍ଣପୁର, ରାମପୁର ଆଦି ପଞ୍ଚାୟତର ଲୋକ ମାନେ ନିର୍ଭର କରିଥାନ୍ତି । ଉପରୋକ୍ତ ପଞ୍ଚାୟତବାସୀଙ୍କର ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଏହାକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ