କୁକୁଡା ଫାର୍ମ କରିବା ନେଇ ମହିଳା ଗୋଷ୍ଠୀଙ୍କୁ ପ୍ରୋତ୍ସାହନ: କ୍ଷେତ୍ର ପରିଦର୍ଶନ କଲେ ଅଧିକାରୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବ୍ରଏଲର କୁକୁଡା ଫାର୍ମ କରିବା ନେଇ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ବ୍ଲକରେ ରାଜ୍ୟ ଯୋଜନାରେ ୫୦୦ କ୍ଷମତା ବିଶିଷ୍ଟ ୫ଟି ବ୍ରଏଲର କୁୁକୁଡା ଫାର୍ମ ନିର୍ମାଣ କରାଯିବାର ରହିଛି । ପ୍ରତ୍ୟେକ ଫାର୍ମର ପ୍ରକଳ୍ପ ଅଟକଳ ମୂଲ୍ୟ ୧ ଲକ୍ଷ ୭୭ ହଜାର ୫ ଶହ ଟଙ୍କା ରହିଥିବା ବେଳେ ସେଥିମଧ୍ୟରୁ ୭୧ ହଜାର ଟଙ୍କା ସବସିଡ୍ ରହିଛି । ଏହି ପ୍ରକଳ୍ପ ନିର୍ମାଣ କରିବା ନେଇ ବ୍ଲକରେ ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୫ଟି ଗୋଷ୍ଠୀକୁ ମନୋନୀତ କରାଯିବ ବୋଲି ଜଣାଯାଇଛି । ଏନେଇ ସୋମବାର ଭାରାପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଚିତ୍ତ ରଞ୍ଜନ ଦାଶ, ମିଶନଶକ୍ତିର ବିପିସି ଚୀରଞ୍ଜୀବ୍ ଦାଶ, ପ୍ରାଣୀଧନ ନୀରିକ୍ଷକ ପ୍ରିୟବ୍ରତ ରାଉତ, ସିଆରପି ଜ୍ୟୋତିର୍ମୟୀ ପଣ୍ଡା ପ୍ରମୁଖ ଓଡଙ୍ଗ ପଞ୍ଚାୟତର ପାରାବନ୍ଧ, ଓଡଙ୍ଗ, ସରମରା ଓ ପୁରୁଷଣ୍ଢ ପଞ୍ଚାୟତର ମୁଣ୍ଡୁଳୀ ଆଦି ଗ୍ରାମରେ ଥିବା ୪ଟି ଏସ୍‌.ଏଚ୍‌.ଜି ଗୋଷ୍ଠୀର ସଦସ୍ୟା ମାନଙ୍କୁ ଭେଟିବା ସହ ପ୍ରକଳ୍ପ ନିର୍ମାଣ ନେଇ କ୍ଷେତ୍ର ପରିଦର୍ଶନ କରିଥିଲେ । କ୍ଷେତ୍ର ପରିଦର୍ଶନ ରିପୋର୍ଟ ଜିଲା କାର୍ଯ୍ୟାଳୟକୁ ପଠାଯିବା ପରେ ପ୍ରକଳ୍ପ ମଞ୍ଜୁର ହେବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ