ମଲାଲୋକ ଓ ବିଦେଶାଗତ ଲୋକଙ୍କ ନାମରେ ଭୋଟ ଦେବା ଅଭିଯୋଗ କଲେ ପ୍ରାର୍ଥୀ

ହାଟଡିହି, (ବିକାଶ ବିଶ୍ୱାଳ ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ପଞ୍ଚାୟତରେ ଗତ ୨୦ତାରିଖରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଅନିୟ ମିତତା ହୋଇଥିବା ନେଇ ସରପଞ୍ଚ ପ୍ରାର୍ଥୀ ଭାରତୀ ନାୟକ ହାଟଡିହି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଗତ ନିର୍ବାଚନରେ କେତେକ ବୁଥରେ ମଲା ଲୋକ ଓ ବିଦେଶରେ ରହୁଥିବା ଲୋକଙ୍କ ନାମରେ ଯୋର ଜବରଦସ୍ତ ଭୋଟ ଦିଆଯାଇଛି । ତାଙ୍କ ଏଜେଣ୍ଟ ମନାକରିଥିଲେ ମଧ୍ୟ କେହି ଶୁଣି ନାହାନ୍ତି । ସେହିପରି ଗୋଟିଏ ବୁଥରେ ଜଣେ ଏଜେଣ୍ଟ ଅନ୍ୟମାନଙ୍କ ପାଇଁ ଭୋଟ ଦେଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ବିଶେଷକରି ବୁଥନଂ୧, ୨, ୬ ଓ ୭ନଂ ବୁଥରେ ଏପରି ଅନିୟମିତତା ହୋଇଛି । ୱାର୍ଡନଂ୧ରେ ଉଦୟନାଥ ଜେନା, ସୌଦାମିନୀ ଜେନା, ପଞ୍ଚାନନ ପଣ୍ଡା, ୱାର୍ଡନଂ ୨ରେ ସୁମା ଦାସ, ରଞ୍ଜିତା ଦାସ, ମାଧବ ଜେନା, ଆଶାଲତା ଜେନା, ୱାର୍ଡନଂ ୬ରେ ନରୋତ୍ତମ ଜେନା, ଚାରୁଲତା ପରିଡା, ବିଜୁଳି ଜେନା, ମନୋରମା ଜେନା ପ୍ରମୁଖ ମୃତ୍ୱ୍ୟକ୍ତିଙ୍କ ନାମରେ ଭୋଟ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ସେହିପରି ଅନେକ ଲୋକ ରାଜ୍ୟ ବାହାରେ ଥିବାବେଳେ ଓ ସେମାନେ ମତଦାନ ପାଇଁ ଆସିନଥିବାବେଳେ ସେମାନଙ୍କ ନାମରେ ମଧ୍ୟ ଭୋଟ ଦିଆଯାଇଛି । ତେଣୁ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସେ ଦାବି କରିଥିବାବେଳେ ଏହିସବୁ ୱାର୍ଡରେ ପୁନଃ ମତଦାନ କରାଯାଉ ବୋଲି ଗ୍ରାମର ଗୟାଧର ଦାସ, ସୁଧାଶୁଂ କୁମାର ଖଣ୍ଡେଇ, ନାରାୟଣ ନାୟକ, ଜଳଧର ନାୟକ, ହରିହର ବାରିକ, ମଣ୍ଟୁ ବାରିକ, ଅନନ୍ତ ଚରଣ ନାୟକ, ଅକ୍ଷୟ ସାମଲ, ଅଜୟ ମଲ୍ଲିକ, ଜଳଧର ରାଉତ, ବଟକୃଷ୍ଣ ନାୟକ, ପ୍ରଫୁଲ ଜେନା, ଶତୃଘ୍ନ ରାଉତ, ବସନ୍ତ ଜେନା, ନାରାୟଣ ପରିଡା, ଯଶୋବନ୍ତ ଜେନା ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ