ମଲ୍ଲୀକେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ; ଜିଲୁଣ୍ଡି ଦଳଗତ ଚାମ୍ପିୟନ୍

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କାଳିଆଗୁଡା ଠାରେ ଅନୁଷ୍ଠିତ ମଲ୍ଲୀକେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ୍ ମ୍ୟାଚ୍ ରେ ଘରୋଇ ଦଳକୁ ଆଠ ରନ୍ ରେ ହରାଇ ଜିଲୁଣ୍ଡି ଦଳ ଚାମ୍ପିୟନ ଟ୍ରଫି ହାତେଇ ନେଇଛି I ୧୫ ଓଭର ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ୍ ର ବିଭିନ୍ନ ପର୍ଯ୍ୟାୟରେ ୧୦ ଟି ଟିମ୍ ଭାଗ ନେଇଥିଲେ I ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ ରେ ପ୍ରଥମେ ଜିଲୁଣ୍ଡି କ୍ରିକେଟ ଦଳ ବ୍ୟାଟିଂ କରି ୧୪୩ ରନ୍ କରିଥିବା ବେଳେ ଘରୋଇ ଦଳ କାଳିଆଗୁଡା କ୍ରିକେଟ ଟିମ୍ ମାତ୍ର ୧୩୫ ରନ୍ ରେ ସିମୀତ ରହିଯାଇଥିଲେ I ଶେଷରେ ଜିଲୁଣ୍ଡି ଦଳକୁ ଚାମ୍ପିୟନ୍ ଘୋଷଣା କରାଯାଇଥିଲା I ଆଜିର ଉଦଯାପନୀ ମ୍ୟାଚ୍ ରେ ମୁଖ୍ୟ ଅତିଥି ରୂପେ ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ଅନ୍ୟତମ ଅତିଥି ରୂପେ ଜିଲ୍ଳା ପରିଷଦ ଅମିତ୍ କୁମାର ନାୟକ, ସରପଞ୍ଚ ଏସ୍.ଜ୍ୟୋତି ପାତ୍ର, ପୂର୍ବତନ ସରପଞ୍ଚ ଏସ୍.ରାମେଶ୍ୱର ପାତ୍ର, ସମିତି ସଭ୍ୟ ପ୍ରତିନିଧି ଭଞ୍ଜ ପ୍ରଧାନ ଯୋଗ ଦେଇ ଚାମ୍ପିୟନ ଦଳକୁ ୫୦୦୦ଟଙ୍କା ଓ ଟ୍ରଫି ଏବଂ ରନର୍ସ ଦଳକୁ ୩୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ I କାଳିଆଗୁଡାର ରାମକୃଷ୍ଣ ପ୍ରଧାନ, ଅଜିତ୍ ପାଳ, କୃଷ୍ଣ ଚନ୍ଦ୍ର ସ୍ୱାଇଁ ଟୁର୍ଣ୍ଣାମେଣ୍ଟ୍ କୁ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ