ମଦ୍ୟପ କାର ଚାଳକଙ୍କ କାରରେ ଥିବା ୨ଟି ପିଲାଙ୍କୁ ଘରେ ସୁରକ୍ଷିତ ଭାବେ ପହଁଚାଇଥିବାରୁ ଫାଣ୍ଡି ହାବିଲଦାରଙ୍କୁ ଏସପି ପୁରସ୍କୃତ କଲେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଏକ ମଦ୍ୟପ କାର ଚାଳକଙ୍କ କାରରେ ଥିବା ୨ଟି ପିଲାଙ୍କୁ ସେମାନଙ୍କ ଘରେ ନେଇ ସୁରକ୍ଷିତ ଭାବେ ପହଁଚାଇଥିବା ପୁରୁଣାବସଷ୍ଟାଣ୍ଡ ଫାଣ୍ଡିର ହାବିଲଦାର ନରେନ୍ଦ୍ର ନାଥ ସୋରେନଙ୍କୁ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ପୁରସ୍କୃତ କରିଥିବା ସୂଚନା ମିଳିଛି । ହାବିଲଦାର ଶ୍ରୀ ସୋରେନ ତାଙ୍କ କର୍ତ୍ତବ୍ୟ ଓ ଦାୟୀତ୍ୱ ନିଷ୍ଠାର ସହ ସମ୍ପାଦନ କରିଥିବାରୁ ଏସପି ତାଙ୍କୁ ପୁରସ୍କୃତ କରିଥିବା ସୂଚନା ମିଳିଛି । ଗତ ବୁଧବାର ବିଳମ୍ବିତ ରାତିରେ ମଦ୍ୟପାନ କରି କାର ଚଳାଉଥିବା ବେଳେ ପୁରୁଣା ବସଷ୍ଟାଣ୍ଡରେ ଟାଉନ ଥାନା ପୋଲିସ ହାତରେ ଧରାପଡିଥିବା କାର ଚାଳକଙ୍କୁ ଆଉ କାର ଚଳାଇବାକୁ ଦିଆଯାଇନଥିବା ବେଳେ ସେହି କାରରେ ଥିବା ୨ଟି ଛୋଟପିଲାଙ୍କୁ ନେଇ ମଢିଆଳର ସାଇନର୍ସିଂହୋମ ନିକଟରେ ଥିବା ପିଲାଙ୍କ ଘରେ ସେମାନଙ୍କ ମା’ଙ୍କୁ ହସ୍ତାନ୍ତର କରିଥିଲେ ହାବିଲଦାର ଶ୍ରୀ ସୋରେନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ