ମହାକାଶରେ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ହେଉଛି ଭାରତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ ପାଇଁ ଡିଏସ୍ଆରଓ ଗଠିତ

ନୂଆଦିଲ୍ଲୀ(ଏଜେନ୍ସି): ଆଗାମୀ ଦିନେର ମହାକାଶ ବା ଅନ୍ତରୀକ୍ଷରେ ଯୁଦ୍ଧ ଲଢ଼ାଯିବ । ଏମିତି ଏକ ସମ୍ଭାବନା ଏବେ ବିଶ୍ୱସ୍ତରରେ ସୃଷ୍ଟି ହୋଇଛି । ଆମେରିକା, ଚୀନ୍, ଜାପାନ୍ ଭଳି ବିକଶିତ ରାଷ୍ଟ୍ର ଏଦିଗରେ ନିଜ ନିଜ ପଦକ୍ଷେପ ଆରମ୍ଭ କରିସାରିଥିବା ବେଳେ ଏବେ ଭାରତ ମଧ୍ୟ ନିଜ ପ୍ରସ୍ତୁତିକୁ ଜୋରଦାର କରିଛି । ପୂର୍ବରୁ ମହକାଶରେ ଥିବା ଗୁପ୍ତ ଉପଗ୍ରହକୁ ନଷ୍ଟ କରିବା ପ୍ରକ୍ରିୟାରେ ଭାରତ ସଫଳ ହୋଇସାରିଥିବା ବେଳେ ଏବେ ମହାକାଶରେ ଯୁଦ୍ଧ ଲଢ଼ିବା ପାଇଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ କରିବା ଦିଗରେ ଚିନ୍ତା କରୁଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ଡିଫେନ୍ସ ସ୍ପେସ୍ ରିସର୍ଚ୍ଚ ଏଜେନ୍ସି (ଡିଏସ୍ଆରଓ) ନାମରେ ଏକ ନୂତନ ଏଜେନ୍ସି ବା ପ୍ରତିଷ୍ଠାନ ଗଠନ କରିଛନ୍ତି । ଏହି ସଂସ୍ଥା ଅନ୍ତରୀକ୍ଷରେ ଯୁଦ୍ଧ ହେଲେ ଆବଶ୍ୟକ ଜ୍ଞାନକୌଶଳ ସଂପନ୍ନ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବ । ମିଳିଥିବା ସୂଚନାନୁସାରେ ଇତି ମଧ୍ୟରେ ମୋଦିଙ୍କ ୨.ଠ କ୍ୟାବିନେଟର ପ୍ରତିରକ୍ଷା ସୁରକ୍ଷା କମିଟି ଏହି ପ୍ରତିଷ୍ଠାନକୁ ମଞ୍ଜୁରି ପ୍ରଦାନ କରିସାରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏନେଇ ସୂଚନା ଦିଆଯାଇ କୁହାଯାଇଛି ଯେ, କ୍ୟାବିନେଟ୍ ପ୍ରତିରକ୍ଷା ସୁରକ୍ଷା କମିଟି “ଡିଫେନ୍ସ ସ୍ପେସ୍ ରିସର୍ଚ୍ଚ ଏଜେନ୍ସି’ (ଡିଏସ୍ଆରଓ)କୁ ମଞ୍ଜୁରୀ ପ୍ରଦାନ କରିବା ପରେ ଏହାର ଗଠନ କାର୍ଯ୍ୟ ଏବେ ଜୋରସୋରରେ ଆରମ୍ଭ ହୋଇ ଯାଇଛି । ଯୁଗ୍ମ ସଚିବ ପାହ୍ୟାର ଜଣେ ବୈଜ୍ଞାନିକଙ୍କୁ ଏହି ପ୍ରତିଷ୍ଠାନର ମୁଖ୍ୟଭାବେ ନିଯୁକ୍ତ କରାଯିବା ସହ ପ୍ରତିଷ୍ଠାନରେ ଦେଶର ବଛାବଛା ବୈଜ୍ଞାନିକଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ପ୍ରତିଷ୍ଠାନରେ ନିଯୁକ୍ତ ବୈଜ୍ଞାନିକମାନେ, ଦେଶର ତିନି ସଶସ୍ତ୍ର ସେନା- ସ୍ଥଳସେନା, ବାୟୁସେନା ଓ ନୌସେନା- ସହ ଯୋଗସୂତ୍ର ରକ୍ଷାକରି ମହାକାଶରେ ଯୁଦ୍ଧ ଲଢ଼ିବା ପାଇଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ନିର୍ମାଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ