ମହାଦେବ ସେନାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଗୋପାଲଜୀଉ ମନ୍ଦିର ପରିସରରେ ମହାଦେବ ସେନାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ପ୍ରଦିପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସେନାର ଜିଲ୍ଲା ସଭାପତି ଭାବେ ଅନନ୍ତ କୁମାର ସାହୁ, ଡେରାବିଶ ବ୍ଲକ ସଭାପତି ଭାବେ ପ୍ରଦୀପ କୁମାର ରଥ, କେନ୍ଦ୍ରାପଡା ବ୍ଲକ ସଭାପତି ବଳରାମ ବେହେରା, ସଂଯୋଜକ ପ୍ରଫୁଲ୍ଲ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମଳିକ, ରାଜ୍ୟ ପ୍ରଚାର ମୁଖ୍ୟ ଅମୁଲ୍ୟ କୁମାର ରାଉତ ଓ ରାଜ୍ୟ ଉପଦେଷ୍ଟା ଭାବେ ପ୍ରମୋଦ କୁମାର ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ରାଜ୍ୟ ସମ୍ପାଦକ ଅଲେଖ ନାୟକ ମହାଦେବ ସେନାର ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ରାଜ୍ୟ ସଭାପତି ଦେବେଶ ଦାସ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । ଆଗାମୀ ଦିନରେ କିଭଳି ସାରା ରାଜ୍ୟରେ ମହାଦେବ ସେନା ସକ୍ରିୟ ହୋଇପାରିବ ଓ ଗରିବ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିପାରିବ ତାହାହିଁ ସେନାର ମୁଖ୍ୟ ଲକ୍ଷ୍ୟ ବୋଲି ସଭାରେ ସୂଚନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସରୋଜ ରାଉତ, ଜଗନ୍ନାଥ ମଳିକ, ମହେଶ୍ୱର ବାରିକ, ସୁମିତ୍ରା ସାମଲ, ଡଃ. ସୂର୍ଯ୍ୟମଣୀ ପଣ୍ଡା, ନରୋତ୍ତମ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ