ମହାପୁରୁଷ ଓ ଶହୀଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହୁଅନ୍ତୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ୮୮ତମ ଉତ୍କଳ ଦିବସ ଅବସରରେ ମହାନ ସ୍ୱାଧୀନତା ସଂଗ୍ରାମୀ,ଓଡିଆ ଜାତିର ସର୍ବକାଳୀନ ଆଦର୍ଶ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୁର୍ତି ସ୍ଥଳଠାରେ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସଂପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ ଶହୀଦ ଓ ମହାପୁରୁଷମାନେ ଆମର ଆଦର୍ଶ । ସମସ୍ତେ ନିଜ ନିଜ ସ୍ତରରେ ଦେଶ ମାତୃକା ପାଇଁ ଯୋଗଦାନ କରିବା ପାଇଁ ଆଗେଇ ଆସିବା ସହିତ ପୂଜ୍ୟପୂଜାକୁ ପ୍ରାଧାନ୍ୟ ଦେବା ଆବଶ୍ୟକ । ଉକ୍ତ ସ୍ମୃତିଚାରଣ ସଭାରେ ସମାଜସେବୀ ସୂର୍ଯ୍ୟନାରାୟଣ ମହାରଣା,ସୁରେଶ ବେହେରା ଓ ନିରୁପମା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେବା ସହିତ ମହାପୁରୁଷ ମାନଙ୍କ ବଳିଦାନକୁ ସ୍ମରଣ କରିଥିଲେ ଓ ତାଙ୍କ ଉଦ୍ଦେଶ୍ୟରେ ଶ୍ଲୋଗାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରମୁଖ ଚନ୍ଦନା,ଦେବସ୍ମିତା,ସ୍ୱାଗତିକା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସହ ସମ୍ପାଦକ ପ୍ରିୟବ୍ରତ ବାରିକ ।


