ମହାବୀର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ପ୍ରଧାନ ଶିକ୍ଷକଙ୍କ ନାମରେ ଆସିଥିବା ଅଭିଯୋଗ ଅମୂଳକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇସ୍ଥିତ ମହାବୀର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପାର୍ଥସାରଥୀ ବେହେରାଙ୍କ ନାମରେ ଯେଉଁସବୁ ଅଭିଯୋଗ ଆସିଥିଲା ସେଗୁଡିକ ଅମୂଳକ ଥିଲା ବୋଲି ବିଦ୍ୟାଳୟ ମୋ ସ୍କୁଲ ଅଭିଯାନର ସଭାପତି ପ୍ରଭାତ କୁମାର ଉଡ଼ାନସିଂ ଓ ସରପଞ୍ଚ ଅପର୍ଣ୍ଣା ଉଡ଼ାନସିଂଙ୍କ ତତ୍ତ୍ୱାବଧାନରେ ଅନୁ୍‌ଷ୍ଠିତ ବୈଠକରେ ମତବ୍ୟକ୍ତ କରିଥିଲେ । ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀ ଉଡ଼ାନସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍କତ୍ତି ଗ୍ରହଣ କରାଯାଇଥିଲା । ତାହାକୁ ବିଦ୍ୟାଳୟ ପରିଚାଳନା ସମିତିି, ରୋଷେଇ କମିଟି ଓ ମୋ ସ୍କୁଲ ଅଭିଯାନ କମିଟିର ସମସ୍ତ ସଦସ୍ୟ ଗ୍ରହଣ କରିଥିଲେ । ଏହି ବୈଠକରେ ପାଠ ପଢାରେ ସ୍ୱଚ୍ଛତା ରକ୍ଷା କରାଯିବ, ଶିକ୍ଷକ ଅଭାବ ପୂରଣ କରାଯିବ, ସ୍ୱୟଂ ସହାୟିକା ଗୋଷ୍ଟି କରୁଥିବା ମଧ୍ୟାହ୍ଣ ଭୋଜନ ଖାଦ୍ୟର ମାନ ଉନ୍ନତ କରାଯିବ, ନୂତନ ଭାବେ ରୋଷେଇ ଘର ନିର୍ମାଣ କରିବା, ନବମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୩୨ ଜଣ ପିଲାଙ୍କ ମଧ୍ୟରୁ ୫ଶହରୁ ଅଧିକ ନମ୍ବର ରଖିଥିବା ୯ ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ମୋ ସ୍କୁଲ ଅଭିଯାନର ସଭାପତି ତଥା ସରପଞ୍ଚଙ୍କ ପ୍ରତିନିଧି ପ୍ରଭାତ କୁମାର ଉଡ଼ାନସିଂହ, ଚିତ୍ତରଞ୍ଜନ ଜେନା, ରବିନ୍ଦ୍ର ସାହୁ, ତ୍ରିବିକ୍ରମ ଶତପଥି, ବସନ୍ତ ରାଉତ, ସୁଶାନ୍ତି ରଣା, ଅଜାମ୍ବର ଜେନା, ଚୌଧୁରୀ ଜେନା, ଖଗେଶ୍ୱର ଦାସ, ପରିଚାଳନା ସମିତିି ସଭାପତି ହେମନ୍ତ ମଲ୍ଲିକ, ସନ୍ତୋଷ କୁମାର ଜେନା, ଦୁଃଶାସନ ଜେନା, ଚିନ୍ମୟ ବାରିକ, ଅନ୍ନପୂର୍ଣ୍ଣା ସେଠୀ, ଟୁକୁନି ଚରଣ ମଲ୍ଲିକ, ପୁଷ୍ପଲତା ମଲ୍ଲିକ, ସୁଷମା ମଲ୍ଲିକ, ବାବନା ମଲ୍ଲିକ, ଦମୟନ୍ତି ମଲ୍ଲିକ, ସଞ୍ଜୁକ୍ତା ମଲ୍ଲିକ, ନିରୁପମା ମଲ୍ଲିକ, ଉତ୍ତମ ମଲ୍ଲିକ, ରଞ୍ଜନ ମଲ୍ଲିକଙ୍କ ସମେତ ଅନ୍ୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଏହି ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ଜଣାଇ ଦିଆଯିବ ବୋଲି ବୈଠକରେ ସ୍ଥିର କରାଗଲା । ପ୍ରଧାନ ଶିକ୍ଷକ ପାର୍ଥସାରଥୀ ବେହେରାଙ୍କ ଅବଦାନ ଯୋଗୁ ଚଳିତ ବର୍ଷ ବିଦ୍ୟାଳୟ ପ୍ରକୃତି ମିତ୍ର ପୁରସ୍କାର ସହ ୨୦ହଜାର ଟଙ୍କା ଓ ମାନପତ୍ର ପାଇଥିବାରୁ ପ୍ରଧାନ ଶିକ୍ଷକଙ୍କୁ ସମସ୍ତ କର୍ମକର୍ତ୍ତା ବଧେଇ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ