ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହତ୍ୟା ଅଭିଯୋଗ ଆଣିଲେ ବାପା
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ୍ବ ଗାଁ ରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଶୁକ୍ରବାର ଉଦ୍ଧାର କରିଛି ପୋଲିସ । ମହିଳା ଜଣଙ୍କ ହେଲେ ଆମ୍ବ ଗାଁ ର ରାଜଧାନୀ ଡାକୁଆ (୨୮) । ପୋଲିସ ମୃତ ଦେହ ଜବତ କରିବା ସହ ଏକ ଅପମୃତ ମାମଲା ନଂ. ୦୨/୨୧ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି । ରାଜଧାନୀ ମାନସିକ ଭାରସାମ୍ୟ ହରାଇ ଫ୍ୟାନ ରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଶଶୁର ଘର ଲୋକେ ପୋଲିସ କୁ କହିଛନ୍ତି । ଅପରପକ୍ଷେ ତାଙ୍କୁ ଶଶୁର ଘର ଲୋକେ ହତ୍ୟା କରିଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଗ୍ରାମର ରାଜଧାନୀ ଡାକୁଆ ୭ ବର୍ଷ ପୂର୍ବେ ପାଟପୁର ଥାନା ଆମ୍ବ ଗାଁ ର ପ୍ରଭାତ ଡାକୁଆ ଙ୍କୁ ବିବାହ କରିଥିଲେ l ଗତ ପ୍ରାୟ ୨ ବର୍ଷ ପୂର୍ବେ ରାଜଧାନୀଙ୍କ ସ୍ୱାମୀ ସୁରତ ରେ ମୃତ୍ୟୁ ବରଣ କରିଥିବା ବେଳେ ସେ ତାଙ୍କ ପୁଅ କୁ ନେଇ ଶଶୁର ଘରେ ରହି ଆସୁଥିଲେ । ଶଶୁର ଘର ଲୋକେ ସବୁବେଳେ ରାଜଧାନୀଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ସହ ହତ୍ୟା କରିବା ପାଇଁ ଧମକ ଦେଇଆସୁଥିଲେ ବୋଲି ବାପା ସନ୍ତୋଷ ଡାକୁଆ ପୋଲିସ କୁ ଜଣାଇଛନ୍ତି। ଏନେଇ ରାଜଧାନୀ ତାଙ୍କ ବାପାଙ୍କୁ ଅନେକ ଥର ଫୋନ କରି ଜଣା ଇଥିବା ରାଜଧାନୀ ଙ୍କ ବାପା ସନ୍ତୋଷ କହିଛନ୍ତି l ଶୁକ୍ରବାର ଭୋର ରୁ ରାଜଧାନୀ ଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାପା ସନ୍ତୋଷ ଝିଅ ର ମୃତ ଦେହ ଫ୍ୟାନ ରେ ଝୁଲନ୍ତା ଅବସ୍ଥାରେ ଦେଖି ପାଟପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ମାମଲା ରୁଜୁ କରି ମୃତ ଦେହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡିବ ବୋଲି ଥାନା ଅଧିକାରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି ।


