ଗଞ୍ଜେଇ ଗଛ ଜାଳିଲେ ପୋଲିସ – ପ୍ରଶାସନ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଞ୍ଜାମ-ଗଜପତି ସୀମାନ୍ତ ରାମପଲ୍ଲୀ ନିକଟ ଜଙ୍ଗଲରୁ ପ୍ରାୟ ୨୫ ଏକର ରୁ ଉର୍ଦ୍ଧ ଜମିରେ ଗଞ୍ଜେଇ ଗଛ ନଷ୍ଟ କରାଯିବା ସହ ସେଗୁଡିକୁ ପୋଲିସ – ପ୍ରଶାସନ ପକ୍ଷରୁ ଜାଳି ଦିଆଯାଇଛି । ସାନଖେମୁଣ୍ଡି ତହସିଲଦାର ତଥା ଏକ ଜି କ୍ୟୁଟିଭ୍ ମାଜିଷ୍ଟ୍ରେଟ ଡ଼.ଶ୍ରୀନିବାସ ବେହେରା,ଛତ୍ରପୁର ଷ୍ଟ୍ରାଇକିଙ୍ଗ ଫୋର୍ସ ଇନ୍ସପେକ୍ଟର ପ୍ରୀତିଧର ନାୟକ, ବ୍ରହ୍ମପୁର ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ରଞ୍ଜନ ନାୟକ, ଛତ୍ରପୁର ଅବକାରୀ ଇନ୍ସପେକ୍ଟର ଦୁର୍ଯ୍ୟୋଧନ ଦିଗଲ, ଚିକିଟି ଅବକାରୀ ଅଧିକାରୀ ବାଳକୃଷ୍ଣ ପରିଡା, ଗୋପାଳପୁର ଅବକାରୀ ଅଧିକାରୀ ସନ୍ତୋଷ କୁମାର ସାହୁ ବ୍ରହ୍ମପୁର ଅବକାରୀ ଅଧିକାରୀ ବାଳକୃଷ୍ଣ ପଣ୍ଡା, ଦିଗପହଣ୍ଡି ଅବକାରୀ ଏସ ଆଇ ଅଭିରାମ ସାହୁ, ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକ ଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ଏହି ଚଢ଼ାଉ ଧରପଗଡ ରେ ସାମିଲ ଥିଲେ । ମିଳିଥିବା ସୂଚନା ଅନୁସାରେ ଟି.ଗୋବିନ୍ଦପୁର ପଞ୍ଚାୟତ ରାମପଲ୍ଲୀ ଗ୍ରାମ ନିକଟ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ପ୍ରାୟ ୨୫ ଏକର ରୁ ଉର୍ଦ୍ଧ ଚାଷ ଜମିରୁ ଗଞ୍ଜେଇ ଗଛ କଟାଯିବା ପରେ ନିଆଁ ଲଗାଇ ସମସ୍ତ ଗଛକୁ ଜାଳି ଦିଆଯାଇଛି ।


