ମହିଳାଙ୍କ ପେଟରୁ ବାହାରିଲା ୮.୫ କେଜିର ଟ୍ୟୁମର
ବାଲେଶ୍ୱର, (ସରୋଜ ପଣ୍ଡା):ସହରର ତେଲଙ୍ଗାସାହି ପୁଲିସ ଲାଇନ ଛକ ସ୍ଥିତ ‘ରାଜ ମେମୋରିଆଲ ହସପିଟାଲ’ରେ ଡାକ୍ତରମାନେ ସଫଳ ଅପରେସନ ଦ୍ୱାରା ଜନୈକ ମହିଳାଙ୍କ ପେଟରୁ ୮.୫ କେଜି ଓଜନର ଟ୍ୟୁମର ବାହାର କରିଛନ୍ତି । ସମ୍ପୃକ୍ତ ମହିଳା ଜଣକ ହେଲେ ରେମୁଣା ଅଞ୍ଚଳର । ଦୀର୍ଘଦିନ ଧରି ପେଟର ଯନ୍ତ୍ରଣା ହେଉଥିବା ବେଳେ ପରିବାର ଲୋକେ ତାଙ୍କୁ ଏହି ହସପିଟାଲରେ ଭର୍ତ୍ତି କରିଥିଲେ । ବିଭିନ୍ନ ପ୍ରକାରର ପରୀକ୍ଷା ପରେ ତାଙ୍କ ପେଟରେ ଏକ ଟ୍ୟୁମର ଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ । ସେହିକ୍ରମରେ ଡାକ୍ତର ରାମକୃଷ୍ଣ ସାହୁ, ଡାକ୍ତର ସନ୍ଦୀପ କୁମାର ଦାସ, ଡାକ୍ତର ଅରବିନ୍ଦ ରଂଜନ ମୈକି ପ୍ରମୁଖଙ୍କ ଦୀର୍ଘ ସମୟର ସଫଳ ଅପରେସନ ପରେ ଏହି ଟ୍ୟୁମରକୁ ବାହାର କରାଯାଇଥିଲା । ଏହି ଅପରେସନରେ ଫାର୍ମାସିଷ୍ଟ ଜୟନ୍ତ କୁମାର ବେହେରା ଓ ଜଗନ୍ନାଥ ଦାସ ସକ୍ରିୟ ସହଯୋଗ କରିଥିଲେ । ଏବେ ସମ୍ପୃକ୍ତ ମହିଳା ସୁସ୍ଥ ଅଛନ୍ତି ।


