ନୂତନ ଶିକ୍ଷାବର୍ଷ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ୍ କଲେ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଗୁରୁଜୀ ଗୁରୁମା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ତରଫରୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇବା ସହିତ ନୂତନ ଶିକ୍ଷା ବର୍ଷ ସମ୍ପର୍କରେ ଆଲୋଚନା କରିଥିଲେ I ପ୍ରଧାନ ଆଚାର୍ଯ୍ଯା ସସ୍ମିତା ମାଝୀଙ୍କ ନେତୃତ୍ୱରେ ଗୁରୁଜୀ ଗୁରୁମାମାନେ ବିଇଓଙ୍କୁ ସାକ୍ଷାତ କରି ଛଅ ବର୍ଷ ପୂରଣ କରିଥିବା ଅର୍ଥାତ୍ ୩୧ ମାର୍ଚ୍ଚ ୨୦୧୬ ଠାରୁ ୩୧ ମାର୍ଚ୍ଚ ୨୦୧୮ ଭିତରେ ଜନ୍ମ ହୋଇଥିବା ପିଲାମାନଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ସଂପର୍କରେ ଆଲୋଚନା କରିଥିଲେ I ଏହି ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପାଇଁ ବିଇଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରିଥିଲେ I ସରକାରଙ୍କ ନିୟମାବଳି ଅନୁସାରେ ୟୁ-ଡାଇସ୍ ପ୍ଲସ୍ ପ୍ରୋଫାଇଲ୍ ଅପଡେଟ୍ କରିବା ସହ ପ୍ରଥମ ଶ୍ରେଣୀରେ ନାମ ଲେଖା ବେଳେ୨୫ %ସଂରକ୍ଷଣ ପ୍ରତି ଦୃଷ୍ଟି ଦେଇ ରୋଗିଣା, ଅସହାୟ, ଗରିବ, ହରିଜନ ଆଦିବାସୀ, ଏଡସ୍ ଆକ୍ରାନ୍ତ ପିତାମାତାଙ୍କ ପିଲାମାନଙ୍କୁ ସଂରକ୍ଷଣରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ I ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ଯାଳୟର ଛାତ୍ରଛାତ୍ରୀମାନେ ବ୍ଲକ୍ ଓ ଜିଲ୍ଲା ସ୍ତରରେ ବିଭିନ୍ନ ମେଧାବୃତ୍ତି ଓ ଅନ୍ଯାନ୍ଯ ପରୀକ୍ଷାରେ କୃତକାର୍ଯ୍ଯ ହୋଇଥିବାରୁ ବିଇଓ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନକୁ ପ୍ରଶଂସା କରିଥିଲେ। ଆଗକୁ ଏହିଭଳି ଉତ୍ତମ ଛାତ୍ର ଗଠନ କରି ସେମାନଙ୍କୁ ଦେଶ ସେବାରେ ନିୟୋଜିତ କରିବାକୁ ପ୍ରୟାସ ଜାରି ରଖିବାକୁ ବିଇଓ ପରାମର୍ଶ ଦେଇଥିଲେ I


