ମହିଳା ଏଆରଆଇଙ୍କୁ ଦୁର୍ବୟବହାର ପ୍ରତିବାଦରେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ କାର୍ଯ୍ୟରତ ଜଣେ ମହିଳା ଏଆରଆଇଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କାଶୀନଗର ତହସିଲଦାରଙ୍କୁ ବଦଳି ଦାବିରେ ବିଜେପିର ନାରାବାଜି କରିବା ସହ ତହସିଲ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଗଜପତି ଜିଲ୍ଲା ବିଜେପିର ସାଧାରଣ ସଂପାଦିକା ଅରୁଣିମା ସାହୁଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ବିଜେପି ମହିଳା ସଂଗଠନ ତରଫରୁ ପୋଲିସ ମୁତୟନ ଥିବା ସତ୍ୱେ କାଶୀନଗର ତହସିଲଦାରଙ୍କ ଅପିସକୁ ଧସେଇ ପସିଥିଲେ । ଅଫିସ ମଧ୍ୟରେ ୨ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧାରଣାରେ ବସି କାର୍ଯ୍ୟରତ ଜଣେ ମହିଳା ଏଆରଆଇଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ସଂପୃକ୍ତ ତହସିଲଦାରଙ୍କୁ ତୁରନ୍ତ ବଦଳି ପାଇଁ ଅଡି ବସିଥିଲେ । ଏଥି ସହ କାଶୀନଗର ବଂଶଧାରା ନଦୀରୁ ରାଜ୍ୟ ବାହାରକୁ ବାଲି ଚାଲାଣରେ କୋଟି କୋଟି ଟଙ୍କା ବ୍ୟବସାୟୀ,ଦଲାଲ ଓ ତହସିଲ କର୍ମଚାରୀ ଉପାର୍ଜନ କରୁଥିବା ବେଳେ କାଶୀନଗରବାସୀ ନଦୀ ବାଲି ପାଇପାରୁ ନାହାଁନ୍ତି । କାଶୀନଗର ତହସିଲଦାରଙ୍କ ଯୋଗୁଁ ଲୋକେ ଠିକ୍ ସମୟରେ ବିଭିନ୍ନ ପ୍ରମାଣପତ୍ର ପାଇପାରୁ ନ ଥିବା ନେଇ ମଧ୍ୟ ଏହି ଘେରାଉ ସମୟରେ ବିଜେପି ଦଳ ତରଫରୁ ନାରାବାଜ ଦିଆଯାଇଥିଲା । ତହସିତ କାର୍ଯ୍ୟଳୟ ମଧ୍ୟରେ ବିଜେପିର ଏହି ଆନ୍ଦୋଳନ ବେଳେ ଗଜପତି ଏଡିଏମ ସଂଗ୍ରାମ କେଶରୀ ପଣ୍ଡା,ଉପଜିଲ୍ଲାପାଳ ପହଞ୍ଚି ନିରପେକ୍ଷ ଭାବେ ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇବା ପରେ ବିଜେପିର ଆନ୍ଦୋଳନ ପ୍ରତ୍ୟାହତ ହୋଇଥିଲା ।


