ମହିଳା କମିଶନରଙ୍କ ନିର୍ଦ୍ଦେଶ ସତ୍ୱେ ଫେରି ପାଉନାହାନ୍ତି ଯୈାତୁକ ସାମଗ୍ରୀ

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତ ଘୋଡାଂଶ ଗ୍ରାମର ମିତାଞଳି ମହାନ୍ତି ନିଜର ଯୌତୁକ ସାମଗ୍ରୀ ଫେରି ପାଇବା ପାଇଁ ଗୁରୁବାର ନାଉଗାଁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏ ସଂପର୍କରେ ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ମିତାଞଳି ୨୦୧୩ ମେ ୧୦ ତାରିଖରେ ବୈଦିକ ରୀତିରେ ଅଶୋକ ମହାନ୍ତିଙ୍କ ସାନ ଭାଇ ଅରବିନ୍ଦ ମହାନ୍ତିଙ୍କୁ ବିବାହ କରିଥିଲି । ବିବାହ ସମୟରେ ଦେଢଶୁର ଅଶୋକ ମହାନ୍ତି ଓ ମୁନା ମହାନ୍ତିଙ୍କୁ ଦାବି ମୁତାବକ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମୋ ସ୍ୱାମୀ କଟକରେ ଏକ ଦୋକାନ କରିଥିଲେ । ଦୋକାନରେ ଜିନିଷ କିଣିବା ଆବଶ୍ୟକତା ପଡିବାରୁ ମୋ ସ୍ୱାମୀ ବଡ ଭାଇ ଅଶୋକ ମହାନ୍ତିଙ୍କୁ କିଛି ଟଙ୍କା ମାଗିଥିଲେ । ବଡ ଭାଇ ଟଙ୍କା ଦେବା ପରିବର୍ତେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଯାହାଫଳରେ ମୋ ସ୍ୱାମୀ ଆତ୍ମହତ୍ୟା କରିଦେଲେ । ମୋର ଏକ ୫ ବର୍ଷର ଝିଅ ରହିଛି ,ସ୍ୱାମୀ ଶୁଦ୍ଧିକ୍ରିୟା ସରିବା ପରେ ମୋ ଶାଶୁ ଘର ଲୋକ ମୋତେ ଓ ମୋ ଝିଅକୁ ମାର ଧର କଲେ । ଯାହାଫଳରେ ମୁଁ ଅଲଗା ରୋଷେଇ କରି ଖାଇଲି । ଏପରିକି ସେମାନେ ମୋର ଖାଦ୍ୟ ଫୋପାଡିବା ସହିତ ମୋ ରୋଷେଇ ଚୁଲିକୁ ମଧ୍ୟ ଭାଙ୍ଗି ଦେଲେ । ମୋତେ ନିର୍ଯ୍ୟାତନା ଦେବା ସହ ମୋର ଯୈାତୁକ ସାମଗ୍ରୀ ଫେରି ପାଇବା ପାଇଁ ମୁଁ ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲି । ମୋର ଯୌତୁକ ସାମଗ୍ରୀ ଫେରାଇ ଆଣିବା ପାଇଁ ମହିଳା କମିଶନର ଓଡିଶା ପତ୍ର ସଂଖ୍ୟା-୪୨୮୫ ତା-୮ ଜୁନ ୨୦ ରିଖରେ ନାଉଗାଁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । କିନ୍ତ ପୂର୍ବରୁ ଥିବା ଥାନାଧିକାରୀ ଗୋବର୍ଦ୍ଧନ ସାହୁ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ନଥିଲେ । ମିତାଞଳୀଙ୍କ ଅଭିଯୋଗ ପାଇବା ପରେ ବର୍ତମାନର ଥାନାଧିକାରୀ ଭରତ ବେହେରା ସାମଗ୍ରୀ ଫେରସ୍ତ ପାଇଁ ମିତାଞଳୀଙ୍କ ଶାଶୁ ଘରକୁ ଯାଇଥିଲେ । କିନ୍ତୁ ତାଙ୍କ ବଡଭାଇ ଅଶୋକ ନଥିବାରୁ ସାମଗ୍ରୀ ଫେରସ୍ତ ହୋଇ ପାରି ନଥିବା ସେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ