ମହିଳା ମାଓବାଦୀ ନିହତ ଘଟଣା: ୭୨ ଘଣ୍ଟା ପରେ ମୃତଦେହ ସତ୍କାର କଲା ପୁଲିସ୍‍ ପ୍ରଶାସନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଗୋଛାପଡା ଥାନା ଅନ୍ତର୍ଗତ କୁଏରମାଣ୍ଡୁ ପଞ୍ଚାୟତର ଗ୍ଲଟ ଏବଂ ପାଦରପଡା ଜଙ୍ଗଲରେ ଏସଓଜି ଏବଂ ଡିଭିଏଫ ଯବାନମାନଙ୍କ ଦ୍ୱାରା କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀମାନଙ୍କ ସହିତ ମୁହାଁମୁହିଁ ହେବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ପ୍ରାୟ ୨୦ରୁ ୨୫ ମିନିଟ୍‍ ଧରି ଗୁଳି ବିନିମୟ ହେବାପରେ ମାଓବାଦୀମାନେ ସେଠାରୁ ଘଂଚ ଜଙ୍ଗଲ ଭିତରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପରେ ସେଠାରେ ସର୍ଚ୍ଚ ଅପରେସନ ବେଳେ ଯବାନମାନଙ୍କୁ ସେଠାରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ମିଳିଥିଲା ଏବଂ ୨ଟି ୧୨ ବୋର ବନ୍ଧୁକ, ୪ଟି ଅଫୁଟା ଗୁଳି, ଗୋଟିଏ ଟର୍ଚ୍ଚ ଏବଂ ଗୁଳି ରଖିବା ମୁଣି ମିଳିଥିଲା। ମହିଳା ମାଓବାଦୀଙ୍କର କୌଣସି ପ୍ରକାର ଚିହ୍ନଟ ହୋଇ ପାରିନଥିବା ବେଳେ ତାଙ୍କର ଶବ ପାଇଁ କେହି ମଧ୍ୟ ଦାବିଦାର ଆସିନଥିବା ବେଳେ ନିୟମ ପ୍ରକାରେ ୭୨ ଘଣ୍ଟା ରଖିବା ପରେ ଉକ୍ତ ମୃତଦେହକୁ ଏକ ସ୍ଥାନରେ ସତ୍କାର କରାଯାଇଥିବା ଜଣାଯାଇଛି। ପୁଲିସ୍‍ ପ୍ରଶାସନ ପକ୍ଷରୁ ଏହି ଶବ ସତ୍କାର କରାଯାଇଥିବା ବେଳେ ଏଥିରେ ମାଜିଷ୍ଟ୍ରେଟ୍‍ ଭାବେ ଫୁଲବାଣୀ ତହସିଲଦାର ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡ଼ି.ଏସ୍‍.ପି.ଡ଼ିଟିଆର୍‍ ପଟ୍ଟନାୟକ, ସଦର ଏସ୍‍.ଡ଼ିି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ଓ ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକଙ୍କ ସମେତ ଅନ୍ୟ ପୁଲିସ୍‍ ଅଧିକାରୀ ମାନେ ଉପସ୍ଥିତ ଥିଲେ।ସୂଚନା ଅନୁସାରେ, ଗତ ୯ ତାରିଖ ଦିନ କୌଣସି ବିଶ୍ୱସ୍ତ  ସୂତ୍ରରୁ ଗୋଛାପଡା ଥାନା ଅଂଚଳରେ ମାଓବାଦୀମାନଙ୍କର ଉପସ୍ଥିତି ଥିବା ନେଇ ପୋଲିସକୁ ସୂଚନା ମିଳିବାପରେ ଏସପିଙ୍କ ନିର୍ଦେଶକ୍ରମେ ଏସଓଜି ଏବଂ ଡିଭିଏଫ ଜବାନ ମାନେ ସେହି ଅଂଚଳରେ ୯ ତାରିଖରୁ କୁମ୍ବିଙ୍ଗ ଅପରେସନ ଜାରି ରଖିଥିଲେ। ୧୧ ତାରିଖ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ୩ ଟାବେଳେ କୁଏରମାଣ୍ଡୁ ପଂଚାୟତର ଗ୍ଲଟ ଏବଂ ପାଦରପଡା ଜଙ୍ଗଲରେ ଜବାନ ମାନଙ୍କର ମାଓବାଦୀଙ୍କ ସହ ମୁହାମୁହିଁ ହୋଇଥିଲା। ଜବାନ ମାନେ ମାଓବାଦୀ ଦଳକୁ ଆତ୍ମସମର୍ପଣ ପାଇଁ ବାରମ୍ବାର ଚେତାବନି ଦେଇଥିଲେ ମଧ୍ୟ ଏଥିରେ ମାଓବାଦୀମାନେ କୌଣସି ପ୍ରକାର ନଶୁଣି ଅଚାନକ ଭାବେ ହଠାତ ଗୁଳି ଚାଳନା କରିବା ସହିତ ଏବଂ ଗ୍ରେନେଡ୍‍ ଆକ୍ରମଣ କରିଥିଲେ। ଜବାନମାନେ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ। ମାଓବାଦୀମାନେ ଏହାକୁ ନ ମାନିବାରୁ ଯବାନମାନଙ୍କ ପକ୍ଷରୁ ମଧ୍ୟ ସୁରକ୍ଷିତ ଯାଗାରେ ରହି ପାଲଟା ଗୁଳି ଚାଳନା କରିଥିଲେ ପ୍ରାୟ ୨୫ ମିନିଟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସେଠାରେ ଘଂଚ ଜଙ୍ଗଲ ଥିବାରୁ ମାଓବାଦୀ ମାନେ ସେଠାରୁ ଖସି ଚାଲିଯିବାରେ ସଫଳ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ବେଳେ ଜଣେ ମୃତ ମହିଳା ମାଓବାଦୀର ଶରୀର ଏବଂ ବନ୍ଧୁକ ଗୁଳିଗୋଳା ଜବତ କରିଛନ୍ତି ଜବାନ ମାନେ। ସେଠାରେ ୧୫ ରୁ ୨୦ ଜଣ ମାଓବାଦୀ ରହିଥିବାବେଳେ କେକେବିଏନ ଡିଭିଜନର କେନ୍ଦ୍ରୀୟ ମାଓ ନେତା ଦାସୁରୁର ନେତୃତ୍ୱରେ ଏହି ଦଳ ପରିଚାଳିତ ହୋଇଥିବାର କନ୍ଧମାଳ ଏସ୍‍ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ମୃତ ମହିଳା ମାଓବାଦୀ ଜଣକର ବୟଷ ୨୫ ରୁ ୩୦ ବର୍ଷ ବୟସ  ହୋଇଥିବା ନେଇ ପୋଲିସ ଅନୁମାନ କରିଥିବାବେଳେ ତାର ପରିଚୟ ମିଳି ପାରି ନ ଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ