ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ଦ୍ବିତୀୟ ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ

ବୋଡ଼େନ,(ଡୋଳେଶ୍ୱର ବାଗ):ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଳ ସିଂ ମାଝୀ ଙ୍କ ସଭାପତିତ୍ବରେ ଦ୍ବିତୀୟ ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ‌ ଖମାରୀ, ମୁଖ୍ୟ ବକ୍ତା ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୋଡ଼େନ କ୍ଷଣପ୍ରଭା ପାଣିଗ୍ରାହୀ, ସମ୍ମାନୀତ ଅତିଥି ନାଏବ ସରପଞ୍ଚ ଯୁଗେଶ୍ବର ପାଣ୍ଡେ, ସିଆରସିସି ମଧୁସୂଦନ ମାଝୀ, ନିଖିଳ ଓଡିଶା ଶିକ୍ଷକ ସଂଘ ମହିଲା ସଭାନେତ୍ରୀ ଝରାମଣୀ ପାନ, ପୂର୍ବତନ ଆଦିବାସୀ ସଂଘ ସଭାପତି ପ୍ରସନ୍ନ ମାଝୀ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଦେବପୂଜନ ପରେ  ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା  । ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ତଥା ବିଦ୍ୟାଳୟର ବିକାଶ ପାଇଁ ଅଭିଭାବକଙ୍କ ଭୂମିକା ସଂପର୍କରେ ଶିକ୍ଷକ, ଅଭିଭାବକ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମୁକ୍ତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯଥା-ଛାତ୍ରବୃତ୍ତି, ସହିଦ୍ ମୋଧୋରୋ ସିଂ ହାତ ଖର୍ଚ୍ଚା, ମୁଖ୍ୟମନ୍ତ୍ରୀ ଛାତ୍ର ପ୍ରୋତ୍ସାହାନ ଯୋଜନା, ପ୍ରାକ୍ ମେଟ୍ରିକ୍ ଛାତ୍ର ବୃତ୍ତି , ପରବର୍ତ୍ତୀ ମାଟ୍ରିକ ଛାତ୍ର ବୃତ୍ତି ସଂପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଡିସମ୍ବର ମେହେର ପରିଚାଳନା କରୁଥିବା ବେଳେ ଶିକ୍ଷୟତ୍ରୀ ମୋନାଲିସା ପତୀ ଧନ୍ୟବାଦ ଅର୍ପଣ କରିବା ସହ ଶିକ୍ଷୟତ୍ରୀ ଜ୍ୟୋସ୍ନାମୟୀ ଜଗତ ସହଯୋଗ ପ୍ରଦାନ‌ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ